ମନ୍ଦିର ଉପରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି, ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍ - Loot in Temples - LOOT IN TEMPLES
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/21-03-2024/640-480-21038666-thumbnail-16x9-balasore.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 21, 2024, 4:16 PM IST
Temple Loot In Balasore: ବାଲେଶ୍ବର: ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର । ଲୁଟି ନେଉଛନ୍ତି ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ । ଏହିଭଳି ଏକ ଘଟଣା ବାଲେଶ୍ଵର ଜିଲ୍ଲା ସୋର ଏବଂ ବାହାନଗା ଅଞ୍ଚଳରେ ଘଟିଛି । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ବାହାନଗା ବ୍ଲକ ଅସିମିଳା ଗ୍ରାମର ଶିବ ମନ୍ଦିର ଏବଂ ସୋର ଥାନା ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗ୍ରାମରେ ମନ୍ଦିରରୁ ସିରିଜ ଚୋରି ହୋଇଛି।
ସୋର ଥାନା ଅଞ୍ଚଳରେ ପନ୍ଦର ଦିନରେ 10ଟି ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି । ସୋର ପୋଲିସ ଚୋରି ହୋଇଥିବା ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ଦିନ ପୂର୍ବରୁ ବିଳମ୍ବିତ ରାତିରେ ସୋର ଥାନା ସାଜନପୁର ପଞ୍ଚାୟତର ସିରାପୁର ଖେଡେଇ ମନ୍ଦିରରୁ ତିନି ଲକ୍ଷର ଉର୍ଦ୍ଧ୍ବ ଟଙ୍କାର ସୁନା, ରୂପା ଚୋରି ହୋଇଥିବା ବେଳେ ଆଙ୍କବରହମପୁର ଥିବା ରାଧାକୃଷ୍ଣ ମନ୍ଦିରରୁ 1 ଲକ୍ଷ ଟଙ୍କାର ରୂପା ମୁକୁଟ, ରୂପା ବଂଶୀ ଚୋରି ହୋଇଥିଲା । ଏମିତି ବାରମ୍ବାର ଲୁଟେରାମାନେ ମନ୍ଦିରକୁ ଟାର୍ଗେଟ କରୁଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତାବ୍ୟକ୍ତ କରିଛନ୍ତି । ଅନ୍ୟପଟେ ପୋଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଚୋର, କିନ୍ତୁ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରାଯାଉଛି ।
ଇଟିଭି ଭାରତ, ବାଲେଶ୍ବର