ମାତିଛନ୍ତି ଏଟିଏମ ଲୁଟେରା, କଟରରେ କାଟି ଟଙ୍କା ନେଇ ଚମ୍ପଟ - ଏଟିଏମ ମେସିନ ଭାଙ୍ଗି ଲୁଟ୍

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 31, 2024, 10:02 AM IST

Miscreants loot ATM: ନବରଙ୍ଗପୁର:  ଦିନକୁ ଦିନ ବଢିଚାଲିଛି ଲୁଟ୍, ଡକାୟତି । ନବରଙ୍ଗପୁରରେ  ମାତିଲେଣି ଏଟିଏମ ଲୁଟେରା ।  ରାତି ଅଧରେ SBI ଏଟିଏମ୍ ଭାଙ୍ଗି କଳାକନା ବୁଲାଇଲେ ଲୁଟେରା । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏସବିଆଇ ବ୍ୟାଙ୍କ ଏଟିଏମକୁ କଟରରେ କାଟି ଟଙ୍କା ଲୁଟ ହୋଇ ଥିବା ଜଣାପଡିଛି । ତେବେ ଏନେଇ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଟଙ୍କା ଚୋରି ହୋଇଛି କିଛି ଜଣାପଡି ନ ଥିବା ବେଳେ ତଦନ୍ତ ପରେ ସ୍ୱଷ୍ଟ ସୂଚନା ମିଳିପାରିବ । ଦିନକୁ ଦିନ ଚୋରି ଡକାୟତି ବଢିବାରେ ଲାଗିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୋଲିସ ପ୍ରତି ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ - ରାଜଧାନୀରେ ATM ଲୁଟ୍, ବ୍ଲାକ ସ୍ପ୍ରେ ମାରି ଖାଲି କରିଦେଲେ କ୍ୟାସ ଟ୍ରେ

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.