ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ବିରୋଧ, ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ - Malkangiri Bandh

By ETV Bharat Odisha Team

Published : Aug 16, 2024, 10:51 PM IST

thumbnail
MALKANGIRI BANDH (ETV Bharat Odisha)

Hindu Jagran Manch: ମାଲକାନଗିରି: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ କରି ବିଭିନ୍ନ ସମାଜ ଓ ହିନ୍ଦୁ ସମାଜ ପକ୍ଷରୁ ଆଜି ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ, ଦୋକାନବଜାର ବନ୍ଦ ରହିବା ସହ ମୋଟର ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା । ମାଲକାନଗିରି ବେଙ୍ଗଲ ସମାଜ, ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ, ଇସ୍କନ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏବଂ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଥିଲା । ଏଥିସହ ଭାରତରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ମୁସଲମାନମାନଙ୍କୁ ଅତି ଶୀଘ୍ର ଚିହ୍ନଟ କରି ବିତାଡ଼ିତ କରିବା ଏବଂ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି ବିଭିନ୍ନ ହିନ୍ଦୁ ସଙ୍ଗଠନ । 

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଯେପର୍ଯ୍ୟନ୍ତ ଏହିପରି ଅତ୍ୟାଚାର ଏବଂ ଆକ୍ରମଣ ବନ୍ଦ ନ ହେବା ସେପର୍ଯ୍ୟନ୍ତ ପ୍ରତିବାଦ ଜାରି ର‌ହିବ ବୋଲି ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ବନ୍ଦ ଡାକରାରେ ମାଲକାନଗିରି ସହର ସମେତ ଗୋବିନ୍ଦପାଲି, ଖଇରପୁଟ, କୁଡୁମୁଲୁଗୁମା, ବାଲିମେଳା, ଚିତ୍ରକୁଣ୍ଡା, ବାଲିମେଳା, କୋରକୁଣ୍ଡା, କାଲିମେଳା, ପଡିଆ, ଏମ୍ ଭି 79, ମୋଟୁ ଭଳି ବିଭିନ୍ନ ବିଭିନ୍ନ ଅଞ୍ଚଳରେ ଏହି ବନ୍ଦ ଡାକରା ସଫଳ ହୋଇଛି । 2 ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏକ ବିରାଟ ଶୋଭାଯାତ୍ର କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲା । ଏଥିରେ ବହୁ ହିନ୍ଦୁ ସଂଗଠନର ସଦସ୍ୟ, କର୍ମକର୍ତ୍ତାମାନଙ୍କ ସହିତ, ହିନ୍ଦୁ ସାଧୁ ସନ୍ୟାସୀ ଏବଂ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଭାଗ ନେଇଥିଲେ । 
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାଂଲା ଟେନସନ: ସନ୍ଦେହରେ ପାରାଦ୍ବୀପରେ 10 ସନ୍ଦିଗ୍ଧ ଅଟକ - Suspected Bangladeshi intruders

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.