ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ - Mangala Alati - MANGALA ALATI
🎬 Watch Now: Feature Video


Published : May 31, 2024, 6:37 AM IST
Mangala Alati: ପୁରୀ: କୋଟି ଓଡ଼ିଆଙ୍କ ମଉଡମଣୀ ପ୍ରଭୁ ଜଗନ୍ନାଥ । ନୀଳାଚଳିଆଙ୍କୁ ଦେଖିବାକୁ ବ୍ୟାକୁଳ ଭକ୍ତର ମନ । ନିରାଶାର ଆଶା ସେ ଅନାଥର ନାଥ । ସେ ଭାବବିନୋଦିଆ କାଳିଆ ଠାକୁର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ତାଙ୍କରି ଦର୍ଶନ ଟିକିଏ ପାଇଁ କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ର ଧାଇଁ ଆସିଥାଏ ଭକ୍ତ । ସକାଳୁ ସକାଳୁ ପ୍ରତିଦିନ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ଭଳି ଆଜି ପ୍ରଭାତରୁ ମଧ୍ୟ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ଓ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଛି । ସେବାୟତମାନେ ଧୂପ ଦୀପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ କରିଛନ୍ତି । କୁହାଯାଏ ମଙ୍ଗଳ ଆଳତୀ ଦର୍ଶନ କରେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ ।