ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୧୦ବର୍ଷ ଜେଲ, ୨୫ ହଜାର ଜୋରିମାନା - କେନ୍ଦ୍ରାପଡ଼ା ଦୁଷ୍କର୍ମ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 19, 2024, 9:42 PM IST

Rape Case: କେନ୍ଦ୍ରାପଡ଼ା: ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଜି କେନ୍ଦ୍ରାପଡ଼ା ଫାର୍ଷ୍ଟଟ୍ରାକ କୋର୍ଟରେ ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏଭଳି ରାୟ ପ୍ରକାଶ ପାଇଛି । ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ରାଜନଗର ଥାନା ଅଞ୍ଚଳରେ ମାର୍ଚ୍ଚ ୧ ତାରିଖ ୨୦୨୦ ମସିହାରେ ଜନୈକା ବିବାହିତା ମହିଳା ଘରେ ଏକାକୀ ଧାନ ଉଁଷୋଉ ଥିବାବେଳେ ଗୁପ୍ତି ଗାଁର ବାସୁଦେବ ମଲ୍ଲିକ ପାଟିରେ ଗାମୁଛା ପୁରାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କୌଣସି ସ୍ଥାନରେ ମୁହଁ ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ ....ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ, ଦୋଷୀକୁ ୨୦ ବର୍ଷ ଜେଲ୍

ଏନେଇ ମହିଳା ଜଣଙ୍କ ସ୍ୱାମୀଙ୍କୁ କହିବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ଅଭିଯୋଗ ଆଧାରେ ପୋଲିସ ୭୯/୨୦୨୦ରେ ଏକ ମାମଲା ରୁଜୁ କରି ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୭୬(I)ରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତ ବାସୁଦେବକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜାମିନ ପାଇ ଘରେ ରହିଥିବା ବେଳେ ଆଜି ମାମଲାର ରାୟ ପ୍ରକାଶ କରିଛନ୍ତି ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା  । ପରେ ଅଭିଯୁକ୍ତ ବାସୁଦେବକୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଯାଇଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ସଞ୍ଜୟ ଜେନା ।

ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.