ବିଦାୟ ନେଲେ ମା' କାଳୀ, ବ୍ୟାସନଗର ଭସାଣ ଉତ୍ସବରେ ଆକର୍ଷଣ ସାଜିଲା ଅଘୋରୀ ନୃତ୍ୟ - MAA SHYAMAKALI PUJA

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 11, 2024, 4:49 PM IST

Maa Shyamakali Immersion Ceremony: ଯାଜପୁର: ଶେଷ ହୋଇଛି ମା' ଶ୍ୟାମାକାଳୀଙ୍କ ପୂଜା । ଚଳିତ ବର୍ଷ ୧୬ଟି ମଣ୍ଡପ ଓ ଗୋଟିଏ ମନ୍ଦିରରେ ଦୀର୍ଘ 10ଦିନ ଧରି ଧୁମଧାମରେ ପାଳିତ ହୋଇଥିଲା ପୂଜା । ଗତକାଲି (ରବିବାର) ବିଳମ୍ବିତ ରାତିରେ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ମେଳଣ ଓ ଭସାଣ ଉତ୍ସବ । ସହରର ସମସ୍ତ ମେଢ ବିରାଟ ପଟୁଆରରେ ଆସି କାଳୀ ମେଳଣ ପଡିଆରେ ଏକତ୍ର ହୋଇଥିଲେ । ଭସାଣ ଶୋଭାଯାତ୍ରାରେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ଲୋକକଳା ଓ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା ।

ଏହା ବି ପଢନ୍ତୁ...ଯାଜପୁର କାଳୀପୂଜା କାର୍ଯ୍ୟକ୍ରମରେ ବର୍ଷା-ଅନୁଭବ, ବଢିଲା ଫ୍ୟାନ୍ସଙ୍କ କ୍ରେଜ୍

ଏହା ବି ପଢନ୍ତୁ...ଶିଳ୍ପ ନଗରୀରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ନୃତ୍ୟଗୀତରେ କମ୍ପୁଛି ସହର

ଶାନ୍ତି କମିଟି ପକ୍ଷରୁ ସମସ୍ତ ମେଢଙ୍କୁ ସ୍ବାଗତ ଜଣାଯାଇଥିଲା । ଚଳିତ ବର୍ଷ ଦର୍ଶକଙ୍କ ପାଇଁ ଅଘୋରୀ ନାଚ ବିଶେଷ ଆକର୍ଷଣ ସାଜିଥିଲା । ବ୍ୟାସନଗର ସହରରେ ଦୀର୍ଘ ୨୭ ବର୍ଷରେ ପଦାର୍ପଣ କରିଛି ଏହି ମେଳଣ ଉତ୍ସବ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପୌର ପ୍ରଶାସନ ଏବଂ ଚଣ୍ଡି କ୍ଲବର ମିଳିତ ଉଦ୍ୟମରେ ଏହି ମେଳଣ ଉତ୍ସବ ଆୟୋଜିତ କରାଯାଇଛି । ସେପଟେ ଭସାଣ ସାଙ୍ଗକୁ ମେଳଣ ଉତ୍ସବ ସୁରୁଖୁରୁରେ ଉପଭୋଗ କରିଥିଲେ ଲକ୍ଷାଧିକ ଦର୍ଶକ । ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ସହର ସାରା ଛାଉଣୀ ହୋଇଥିଲେ ବ୍ୟାପକ ପୋଲିସ ।

ଇଟିଭି ଭାରତ, ଯାଜପୁର
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.