ଦର୍ଶନ କରନ୍ତୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Mangala Alati of Patidian - MANGALA ALATI OF PATIDIAN

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 25, 2024, 6:45 AM IST

Mangala Alati of Patidian ପୁରୀ: ତୃତୀୟ ଦିନରେ ମହାପ୍ରଭୁଙ୍କ ଗୁପ୍ତସେବା ନୀତି । ଅତ୍ୟଧିକ ସ୍ନାନ କରି ଅସୁସ୍ଥ ହୋଇ ଅଣସର ଘରେ ମହାପ୍ରଭୁ । ଅଣସର ପିଣ୍ଡିରେ ବିଜେ ହୋଇଛନ୍ତି ଦାରୁବ୍ରହ୍ମ । ସେଠାରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତସେବା ଚାଲିଛି । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଆନ୍ତି ପଟିଦିଅଁ । ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ବଡଠାକରୁ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା କରାଯାଉଛି । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ଯ୍ୟନ୍ତ ପଟିଦିଅଁ ପୂଜା ପାଇବେ । ପଟିଦିଅଙ୍କ ନିକଟରେ ମଙ୍ଗଳ ଆଳତି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ ଆଦି ନୀତିକାନ୍ତି କରାଯାଉଛି  । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମଙ୍ଗଳ ଆଳତି ଦର୍ଶନ କରିବା ସହ ପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.