ପାଖଉଛି ରଥଯାତ୍ରା; ରଥନିର୍ମାଣ କାମରେ ନିମଗ୍ନ ସେବାୟତ - Rath Yatra 2024 - RATH YATRA 2024
🎬 Watch Now: Feature Video


Published : Jun 29, 2024, 2:33 PM IST
ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗତକାଲି ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଥିଲା । ଆଜି ମହାରଣା ସେବକମାନେ ତିନିରଥର ପ୍ରଭାଫ୍ରେମ ପ୍ରସ୍ତୁତ ପୂର୍ବକ ଫ୍ରେମରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି । ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଙ୍ଗ ବାକି ରହିଛି । ତିନି ରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଏବଂ ପଛ ଢମକରେ ପାଞ୍ଚ ଗୋଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ ହୋଇଛି ।
ତିନି ରଥର ଚାରି କୋଣକୁ ଛାଡି ବେଦୀ ଚାରି ପଟେ ପଟା ଵାଡିଆ କାର୍ଯ୍ୟ ଜାରି ରହିଛି, ତିନି ରଥକୁ ଦୁଆର ବେଢ଼ା ଉଠିବା ପରେ ଖାଲି ଥିବା ଏହି କୋଣଗୁଡିକରେ ପଟା ପକା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ । ରୂପକାର ସେବକମାନେ ତିନି ରଥର ଶେଷ ଦୁଇଟି ଲେଖାଏଁ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଚିତ୍ରକାର ସେବକମାନେ ତିନି ରଥର ହଂସପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଥେକେରା ବାଡ, ୧୫ ରୁ ଉର୍ଦ୍ଧ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି ରେ ରଙ୍ଗ କାର୍ଯ୍ୟ ଶେଷ କରି, ରଥ ଚକ, କୋଣ ଗୁଜ, ପଟା ଗୁଜ ରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।
ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ୧୦ଟି ଲେଖାଏଁ ସିଂହାସନ ଗୁଣ୍ଠି କଣ୍ଟା, ଧୂଳି ଦଣ୍ଡା କଣ୍ଟା ଏବଂ ପ୍ରଭା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ଦରଜୀ ସେବକ ମାନେ ତିନି ରଥର ବତା କନାରେ ଲେସ ଫିଟିଙ୍ଗି ସହ ଦୁଆର ବେଢ଼ା ଏବଂ ଚନ୍ଦ୍ର ଶାଳୀରେ ଜରି ଲେସ ସହ ଫୁଲ ପକା ଷ୍ଟିଚିଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।
ଇଟିଭି ଭାରତ, ପୁରୀ