ଭୋଟ ଗଣତି ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ - VOTE COUNTING PREPARATION

By ETV Bharat Odisha Team

Published : Jun 3, 2024, 11:02 PM IST

thumbnail
Vote Counting (ETV Bharat Odisha)

Vote Counting: କଟକ: ଆସନ୍ତାକାଲି ଭୋଟ ଗଣତି । ସକାଳ ୮ଟା ବେଳେ କଟକ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଭୋଟ ଗଣତି ଆରମ୍ଭ ହେବ । ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଭୋଟ ଗଣତି କରାଯିବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମୁଦାୟ ୨୧୨ ଟି ଟେବୁଲରେ ସର୍ବାଧିକ ୨୮ ଟି ରାଉଣ୍ଡରେ ହେବ ଭୋଟ ଗଣତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ମହାନଦୀ କ୍ୟାମ୍ପସରେ କଟକ ବାରବାଟୀ, କଟକ ସଦର, କଟକ-ଚୌଦ୍ଵାର, ନିଆଳି, ସାଲେପୁର ଓ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି ହେବ ।

ଏହା ବି ପଢନ୍ତୁ...BJB କ୍ୟାମ୍ପସରେ ଭୋଟ ଗଣତି: LED ସ୍କ୍ରିନ ଓ DJରେ ହେବ ଫଳାଫଳ ଘୋଷଣା - Special Arrangement For Counting

ବାଙ୍କୀ କଲେଜରେ ବାଙ୍କୀ ବିଧାନସଭା ଓ ଆଠଗଡ଼ କଲେଜରେ ଆଠଗଡ଼, ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି ହେବ। ଭୋଟ ଗଣତି କେନ୍ଦ୍ର ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିବ। ଭୋଟ ଗଣତି କେନ୍ଦ୍ର ପରିସରର ୫୦୦ ମିଟର ପରିଧି ମଧ୍ୟରେ ଆଜି ସନ୍ଧ୍ୟା ଠାରୁ ୧୪୪ ଧାରା ଲାଗୁ କରାଯାଇଛି। ନିୟମ ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 
ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.