ତୃତୀୟ ପର୍ଯ୍ୟାୟ ନିର୍ବାଚନ; ବିକାଶ ପାଇଁ ଭୋଟ ଦେଲେ ଘସିପୁରାବାସୀ - Election in Ghasipura Assembly

By ETV Bharat Odisha Team

Published : May 25, 2024, 9:44 PM IST

thumbnail
3rd phase election in Odisha (ETV Bharat Odisha)

3rd phase election in Odisha: କେନ୍ଦୁଝର: ରାଜ୍ୟରେ ଆଜି ପଡ଼ିଛି ତୃତୀୟ ପର୍ଯ୍ୟାୟ ଭୋଟ । ଆଜି ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, କେନ୍ଦୁଝର ସମେତ ୬ଟି ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା ୪୨ ବିଧାନସଭା କ୍ଷେତ୍ରରେ ମତଦାନ ହୋଇଥି । ଭୋଟରମାନେ ଉତ୍ସାହର ସହ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । ବିଶେଷ କରି ଯୁବ ଭୋଟର ଉତ୍ସାହର ସହ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ମହିଳାମାନେ ଅଞ୍ଚଳର ବିକାଶ ପାଇଁ ଯେଉଁ ନେତା କାର୍ଯ୍ୟ କରିବେ ତାଙ୍କୁ ଭୋଟ ଦେଇଥିବା ପ୍ରକାଶ କରିଛନ୍ତି । ସେହିପରି ସଚେତନ ନାଗରିକମାନେ ବିକାଶ ପାଇଁ ଭୋଟ ଦେଇଥିବା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ତୃତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେଲେ ଅରୁଣ-ପ୍ରତ୍ୟୁଷା-ରଣଜିତ - NAYAGARH CANDIDATES CAST VOTE

ପ୍ରକାଶ ଥାଉ, ଘଷିପୁରା ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୮ ହଜାର ୩୯୯ ଜଣ ଭୋଟର ଥିବାବେଳେ ଏଠାରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଏଥର ଘଷିପୁରାରେ ମୁଖ୍ୟତଃ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଓ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.