ନିମାପଡ଼ାରେ ବିଜେପିର ବିଜୟ ନିଶ୍ଚିତ, କେବଳ ଘୋଷଣା ବାକି: ଧର୍ମେନ୍ଦ୍ର ପ୍ରଧାନ - BJP Campaign in Nimapada
🎬 Watch Now: Feature Video
Published : May 29, 2024, 8:59 PM IST
Dharmendra Pradhan Campaign in Nimapada: ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ଓ କାକଟପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋପ ବ୍ଲକ ନାଗପୁର ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର । ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିଜେପିରେ ଯୋଗଦାନ ପରେ ବିଜେପିର ବିଜୟ ସ୍ଥିର ହୋଇଯାଇଛି, କେବଳ ଘୋଷଣା ବାକି ଅଛି ବୋଲି ସଭାରେ ଦମ୍ଭୋକ୍ତି ବାଢ଼ିଥିଲେ କେନ୍ଦ୍ରମନ୍ତ୍ରୀ ।
ଭଡ଼ାଟିଆଙ୍କୁ ଓଡିଶାରେ କିଏ ନେତା କରିଛି ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ସେ ଆହୁରି କହିଛନ୍ତି, "ମୁହଁରେ କହିବାରୁ ସମୀରଙ୍କ ଟିକଟ କାଟିଥିଲା ବିଜେଡି । ସମୀର ଦାଶ କ୍ରୀତଦାସ ନହେବାରୁ ଟିକଟ କଟାଯାଇଥିଲା । ଓଡିଶାର ଯୁବକମାନଙ୍କ ଚାକିରି ବିକ୍ରି କରାଯାଉଛି । ଚାକିରି ବିକ୍ରି କରୁଥିବା ଦଲାଲ ଖୁବଶୀଘ୍ର ଜେଲକୁ ଯିବ । ଓଡିଶାରେ ନେତା ଓଡ଼ିଆ ହେବ ନା ଆଉ କିଏ ହେବ ?" ଏହାଛଡା ଚିଟ୍ଫଣ୍ଡରେ ସମ୍ପୃକ୍ତ ଥିବା ଲୋକ ଜେଲରେ ରହିବେ ବୋଲି ସିଧାସଳଖ କହିଥିଲେ ।
ସେପଟେ ଧର୍ମେନ୍ଦ୍ରଙ୍କ ସଭାମଞ୍ଚରେ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଥିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ । ସେ କହିଥିଲେ, "ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ । ବିଜେଡି ମୋତେ ବିଶ୍ଵାସକୁ ନନେଇ ମୋ ଟିକଟ କାଟିଥିବାବେଳେ ୨୦ରୁ ଊର୍ଦ୍ଧ ନେତା ମୋତେ ଅଟକାଇବା ପାଇଁ ଉଦ୍ୟମ କରିଛନ୍ତି ।" ତେବେ ନିମାପଡ଼ାରେ ବିଜେପି ବହୁମତ ହାସଲ କରିବ ବୋଲି ଦୃଢୋକ୍ତି ବାଢ଼ିଛନ୍ତି ସମୀର ଦାଶ ।
ଇଟିଭି ଭାରତ, ନିମାପଡ଼ା