ସୁରୁଖୁରୁରେ ଚାଲିଛି ଭୋଟିଂ, କଣ ରହିଛି କେନ୍ଦୁଝର ଭୋଟରଙ୍କ ମୁଡ ? - Voting in Kendujhar

By ETV Bharat Odisha Team

Published : May 25, 2024, 11:40 AM IST

thumbnail
Voting in Kendujhar (ETV Bharat Odisha)

Voting in Kendujhar: କେନ୍ଦୁଝର: ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହି ପର୍ଯ୍ୟାୟରେ 6 ଲୋକସଭା ଓ 42 ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଥିବା ବେଳେ କେନ୍ଦୁଝରରେ ମଧ୍ୟ ସୁରୁଖୁରୁରେ ଭୋଟିଂ ଚାଲିଛି । ଭୋଟରମାନେ ଲମ୍ବା ଲାଇନରେ ଛିଡାହୋଇ ନିଜର ମତସାବ୍ୟସ୍ତ କରୁଛନ୍ତି । ତେବେ ଜିଲ୍ଲାରେ ସର୍ବମୋଟ ୧ ହଜାର ୭୨୦ ବୁଥ୍ ମଧ୍ୟରୁ ସ୍ବତନ୍ତ୍ର ଭାବେ ସଖୀ ବୁଥ ୧୭୪, ଯୁବ ବୁଥ ୩, ଭିନ୍ନକ୍ଷମ ବୁଥ ୧, ଏବଂ ଗୋଟିଏ ଏଥିନିକ ବୁଥ ଭାବର ଚିହ୍ନଟ ହୋଇଛି ।

ଏହାମଧ୍ୟ ପଢନ୍ତୁ.. କେନ୍ଦୁଝରରେ ସୁରୁଖୁରରେ ଜାରି ରହିଛି ମତଦାନ - Third Phase Election In Odisha

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସକାଳୁ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରମାନେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଭୋଟରମାନେ ବେଶ ଖୁସି ପ୍ରକଟ କରିଛନ୍ତି  । ଅନ୍ୟପଟେ ବରିଷ୍ଠ ଭୋଟରମାନେ ମଧ୍ୟ ନିଜର ମତସାବ୍ୟସ୍ତ କରିବା ସହ ସମସ୍ତଙ୍କୁ ନିଜ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଅପିଲ କରିଛନ୍ତି  । 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.