thumbnail

By ETV Bharat Odisha Team

Published : May 31, 2024, 11:22 AM IST

ETV Bharat / Videos

ବାଲୁକା କଳାରେ ଭୋଟର ସଚେତନତା - Voter Awareness

Sand Art On Voter Awareness: ନିମାପଡା: ଆସନ୍ତାକାଲି ରାଜ୍ୟ ତଥା ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ  । ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ମତଦାନ  । ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ମାଧ୍ୟମରେ ଭୋଟଦାନକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ  । ସରିତା ଇଭିଏମ ମେସିନର ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ପ୍ରସ୍ତୁତ କରିବା ସହ ଏଥିରେ 'ମୋ ଭୋଟ ମୋ ଅଧିକାର' (My Vote My Rights) ବାର୍ତ୍ତା ଦେଇଛନ୍ତି  । ସବୁ ଭୋଟରଙ୍କୁ ଗଣତନ୍ତ୍ରର ନିର୍ବାଚନ ପର୍ବରେ ସାମିଲ ହେବା ନିଜର ମତସାବ୍ୟସ୍ତ କରିବାକୁ ଅପିଲ୍ କରିଛନ୍ତି ବାଲୁକା ଶିଳ୍ପୀ । ତେବେ କୌଣସି ନା କୌଣସି କାରଣରୁ ପ୍ରତ୍ୟେକ ନିର୍ବାଚନରେ ମତଦାନ ହାର କମୁଥିବାରୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଭୋଟରମାନଙ୍କୁ ସଚେତନ କରିଆସୁଛନ୍ତି  । ଏପରି ସ୍ଥଳେ ବାଲୁକା ଶିଳ୍ପୀ ସରିତା ନିଜର ବାଲୁକା କଳା ମାଧ୍ୟମରେ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରିଛନ୍ତି  ।   

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.