thumbnail

By ETV Bharat Odisha Team

Published : May 31, 2024, 4:32 PM IST

ETV Bharat / Videos

୨୨ରୁ ୨୫ ରାଉଣ୍ଡରେ ସରିବ ଗଣତି; ପ୍ରସ୍ତୁତ ନବରଙ୍ଗପୁର ଜିଲ୍ଲା ପ୍ରଶାସନ - Vote Counting in Nabarangpur

Vote Counting in Nabarangpur:ନବରଙ୍ଗପୁର: ରାତି ପାହିଲେ ରାଜ୍ୟ ତଥା ଦେଶରେ ପଡ଼ିବ ଶେଷ ପର୍ଯ୍ୟାୟ ଭୋଟ । ଦେଶରେ ସାଧାରଣ ନିର୍ବାଚନ ୨୦୨୪ର ଭୋଟ ଗଣନା ଆସନ୍ତା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ବିଧାନସଭା ଆସନ ସହ ନବରଙ୍ଗପୁର ଲୋକସଭା ଆସନ ପାଇଁ ଭୋଟ ଗଣନା କାର୍ଯ୍ୟ କରାଯିବ ।

ସକାଳ ୮ଟାରୁ ପୋଷ୍ଟାଲ ଗଣନା ଆରମ୍ଭ ହେବା ପରେ ୮.୩୦ ସମୟରୁ ଇଭିଏମ୍‌ ଭୋଟ ଗଣତି ଆରମ୍ଭ ହେବ । ଇଭିଏମ୍‌ ଗଣନା ପାଇଁ ମୋଟ ୮୮ଟି ଟେବୁଲ ଓ ପୋଷ୍ଟାଲ ଗଣତି ପାଇଁ ୧୫ଟି ଟେବୁଲ ବ୍ୟବସ୍ଥା ହୋଇଛି । ଗଣନା କାର୍ଯ୍ୟରେ ମୋଟ ୫୩୬ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ୨୨ରୁ ୨୫ ରାଉଣ୍ଡ ଭିତରେ ଗଣନା କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଲପାଳ ସୂଚନା ଦେଇଛନ୍ତି । ଇଭିଏମ ଷ୍ଟ୍ରଙ୍ଗ ରୁମରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲା ପୋଲିସ, ସ୍ପେଶାଲ ଆର୍ମଡ୍‌ ଫୋର୍ସ ଓ ସିଆର୍‌ପିଏଫ୍‌ ଇଭିଏମ୍‌କୁ ୨୪x୭ ସୁରକ୍ଷା ଯୋଗାଉଛନ୍ତି । ଭୋଟ ଗଣନା କାର୍ଯ୍ୟ ନିରପେକ୍ଷ ଭାବରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...୨୪ର ଅନ୍ତିମ ଲଢ଼େଇ; ୪୨ ବିଧାନସଭା ଆସନରେ ୩୯୪ ପ୍ରାର୍ଥୀ, ବିଜେଡିର ଉପକୂଳ ଦୁର୍ଗ ଭେଦିବ କି ବିଜେପି, ନିର୍ଣ୍ଣାୟକ ହେବ କି କଂଗ୍ରେସ ? - ODISHA ELECTION FOURTH PHASE VOTING

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.