ଭୋଟ ଦେବାକୁ ଅପିଲ କଲେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି - Kendrapara constituency

By ETV Bharat Odisha Team

Published : Jun 1, 2024, 1:12 PM IST

thumbnail
KENDRAPARA CONSTITUENCY (ETV Bharat Odisha)

KENDRAPARA CONSTITUENCY: କେନ୍ଦ୍ରାପଡା: ଜାରି ରହିଛି ଅନ୍ତିମ ପର୍ଯ୍ୟାୟ ମତଦାନ । ରାଜ୍ୟରେ ୬ ଲୋକସଭା ଆସନ ଓ ଏହାର ଅନ୍ତର୍ଗତ ଭୋଟ ଦେଇ ନିଜ ମନପସନ୍ଦର ନେତା ବାଛୁଛନ୍ତି ଜନତା । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ ହେବ । ଲମ୍ବା ଲାଇନରେ ଛିଡା ହୋଇ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର  । ବିଶେଷ କରି ପ୍ରଥମ ଥର ଭୋଟ ଦେଉଥିବା ଯୁବଭୋଟରଙ୍କ ମଧ୍ୟରେ ଉତ୍ସାହ  ଭରି ରହିଛି । 

ଏହାମଧ୍ୟ ପଢନ୍ତୁ.. ଅନ୍ତିମ ପର୍ଯ୍ୟାୟ ମତଦାନ; ଭୋଟ ଦେଲେ ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବଚରଣ ସାହୁ - DhruvCharan Sahu Casts His Vote

ତେବେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଅପରାହ୍ନରେ ମତଦାନ କରିବାକୁ ଥିବା ବେଳେ ଜନତାଙ୍କୁ ଭୋଟ ଦେଇ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଅପିଲ କରିଛନ୍ତି  । ସେହିପରି ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁ ମଧ୍ୟ ବିଭିନ୍ନ ବୁଥ ପରିଦର୍ଶନ କରିବା ସହ ସମସ୍ତଙ୍କୁ ଏହି ଗଣତନ୍ତ୍ର ପର୍ବରେ ସାମିଲ ହେବାକୁ ଅପିଲ କରିଛନ୍ତି  । 
 

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.