ସିମୁଳିଆରେ ଜନସଭାକୁ ସମ୍ବୋଧନ କରୁଛନ୍ତି ରାହୁଲ ଗାନ୍ଧୀ, ଦେଖନ୍ତୁ LIVE... - Rahul Gandhi Balasore Visit - RAHUL GANDHI BALASORE VISIT
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/30-05-2024/640-480-21592345-thumbnail-16x9-dkf.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 30, 2024, 11:46 AM IST
|Updated : May 30, 2024, 11:56 AM IST
ବାଲେଶ୍ବର: ରାଜ୍ୟର ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପାଇଁ ଆସନ୍ତା 1 ତାରିଖରେ ପଡିବ ଭୋଟ୍ । ଏଥିପାଇଁ ଆଜି ପ୍ରଚାରର ଶେଷ ଦିନ ରହିଥିବା ବେଳେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କଂଗ୍ରସର କେନ୍ଦ୍ରୀୟ ନେତା । ଓଡିଶା ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେଶ ଚଳଚଞ୍ଚଳ ହୋଇପଡିଛି କଂଗ୍ରେସ ଶିବିର । ରାହୁଲ ଗାନ୍ଧୀ ସିମୁଳିଆର ସନମହିତପୁର ଆସି ପ୍ରଚାର ମଙ୍ଗ ଧରିଛନ୍ତି । କଂଗ୍ରେସ AICC ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଗତକାଲି ଆସିଥିବା ବେଳେ ଆଜି ରାହୁଲ ଗାନ୍ଧୀ ଆସିଛନ୍ତି । ଜନସଭାରେ ରାହୁଲଙ୍କ ସହ ଦଳୀୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । କଂଗ୍ରେସର ଗ୍ୟାରେଣ୍ଟି ନେଇ ଉପସ୍ଥିତ ଜନସାଧାରଣ ଓ କଂଗ୍ରେସ କର୍ମୀମାନଙ୍କୁ ବୁଝାଉଛନ୍ତି ରାହୁଲ । ଓଡ଼ିଶାବାସୀ ଯଦି କଂଗ୍ରେସକୁ କ୍ଷମତାକୁ ଆସିବାକୁ ସୁଯୋଗ ଦିଅନ୍ତି, ତେବେ ଅନେକ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିବାକୁ ପ୍ରତିଶୃତି ଦେଉଛନ୍ତି । ବାଲେଶ୍ବରରୁ ଦେଖନ୍ତୁ ଲାଇଭ
Last Updated : May 30, 2024, 11:56 AM IST