thumbnail

By ETV Bharat Odisha Team

Published : Jun 3, 2024, 3:22 PM IST

ETV Bharat / Videos

କଡା ସୁରକ୍ଷାରେ EVM, ଆସନ୍ତାକାଲି ଭୋଟ ଗଣତି - VOTING COUNTING PREPARATION

ଖୋର୍ଦ୍ଧା: ଆସନ୍ତାକାଲି ହେବ ଭୋଟ ଗଣତି । କଡା ସୁରକ୍ଷା ବ୍ୟବସ୍ଥା ଓ CCTV ନଜରରେ ରହିଛି ଷ୍ଟ୍ରଙ୍ଗ ରୁମ । ଖୋର୍ଦ୍ଧାର ୨ଟି ସ୍ଥାନରେ ୩ଟି ନିର୍ବାଚନ ମଣ୍ଡଳୀର ଗଣତି କରାଯିବ । ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଇଭିଏମ ପଣ୍ୟଗାରରେ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀର ଇଭିଏମ ସୁରକ୍ଷା ବଳୟରେ ରହିଥିବା ବେଳେ ପିଏନ କଲେଜ ପରିସରରେରେ ଚିଲିକା ନିର୍ବାଚନ ମଣ୍ଡଳୀର ଇଭିଏମ ରହିଛି । ସେଥିପାଇଁ ଉଭୟ କେନ୍ଦ୍ରରେ ଆସନ୍ତାକାଲି ଭୋଟ ଗଣତି ହେବ । ଗଣତି ପାଇଁ ଅଧିକାରୀ ମାନେ ଠିକ ସମୟରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଏବଂ ତାପରେ ଇଭିଏମରେ ପଡ଼ିଥିବା ଭୋଟର ଗଣତି ହେବ । 

ସେହିଭଳି ଜିଲ୍ଲାରେ ବିଧାନସଭା ଓ ଲୋକସଭା ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀର ଭୋଟ ଗଣତିକୁ ମିଶାଇ ୨୭୫ ରାଉଣ୍ଡ ଭୋଟ ଗଣତି ହେବ । ବିଧାନସଭା ପାଇଁ ୧୪୫ ରାଉଣ୍ଡ ଓ ଲୋକସଭା ପାଇଁ ୧୩୦ ରାଉଣ୍ଡ ଭୋଟ ଗଣତି ହେବ । ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ ୧୯ ରାଉଣ୍ଡ, ଭୁବନେଶ୍ଵର(ମଧ୍ୟ) ପାଇଁ ୧୬, ଭୁବନେଶ୍ବର (ଉତ୍ତର) ପାଇଁ ୨୧, ଭୁବନେଶ୍ବର (ଏକାମ୍ର) ପାଇଁ ୧୯, ଜଟଣୀ ପାଇଁ ୧୮, ବେଗୁନିଆ ପାଇଁ ୧୭, ଖୋର୍ଦ୍ଧା ପାଇଁ ୧୮, ଚିଲିକା ପାଇଁ ୧୭ ରାଉଣ୍ଡ ଗଣତି ହେବ । ସେହିପରି ଲୋକସଭା କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ ୧୬ ରାଉଣ୍ଡ , ଭୁବନେଶ୍ବର (ମଧ୍ୟ) ପାଇଁ ୧୪ ରାଉଣ୍ଡ, ଭୁବନେଶ୍ବର (ଉତ୍ତର) ପାଇଁ ୧୮ ରାଉଣ୍ଡ ଭୁବନେଶ୍ୱର (ଏକାମ୍ର) ପାଇଁ ୧୬, ଜଟଣା ପାଇଁ ୧୮, ବେଗୁନିଆ ପାଇଁ ୧୭, ଖୋର୍ଦ୍ଧା ପାଇଁ ୧୮ ରାଉଣ୍ଡ ଚିଲିକା ପାଇଁ ୧୭ ରାଉଣ୍ଡ ଗଣତି ହେବ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହୋଇଥବା ଷ୍ଟ୍ରଙ୍ଗରୁମରେ ଖୋର୍ଦ୍ଧା ଓ ବେଗୁନିଆ ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ । ପ୍ରାଣନାଥ ମହାବିଦ୍ୟାଳୟରେ ଚିଲିକା ନିର୍ବାଚନମଣ୍ଡଳୀର ଭୋଟ୍ ଗଣତି ହେବ । ଜଟଣୀ, ଜୟଦେବ, ଭୁବନେଶ୍ବର (ମଧ୍ୟ), ଭୁବନେଶ୍ବର (ଉତ୍ତର), ଭୁବନେଶ୍ବର (ଏକାମ୍ର) ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ଭୁବନେଶ୍ବର ବିଜେବି ମହାବିଦ୍ୟାଳୟରେ ହେବ । ସକାଳ ୭ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
 

ଏହା ମଧ୍ୟ ପଢନ୍ତୁ: ଭୋଟିଂରେ ଭାରତର ବିଶ୍ବ ରେକର୍ଡ, ମତସାବ୍ୟସ୍ତ କରିଛନ୍ତି 64 କୋଟିରୁ ଉର୍ଦ୍ଧ୍ବ ଭୋଟର
 

ଖୋର୍ଦ୍ଧା, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.