ଗାଁ ଦାଣ୍ଡରେ ବୁଲୁଛି ବାଘ; CCTVରେ କଏଦ, ଆତଙ୍କିତ ଅଞ୍ଚଳବାସୀ - Tiger Spotted In Dhenkanal

By ETV Bharat Odisha Team

Published : Jul 30, 2024, 3:45 PM IST

thumbnail
ଗାଁ ଦାଣ୍ଡରେ ବୁଲୁଛି ବାଘ; CCTVରେ କଏଦ, ଆତଙ୍କିତ ଅଞ୍ଚଳବାସୀ (ETV Bharat Odisha)

ଢେଙ୍କାନାଳ: ଜିଲ୍ଲାର ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଘାଗରାମୁଣ୍ଡା ଗାଁରେ ବାଘ ଭୟ । ଆତଙ୍କିତ ଗ୍ରାମବାସୀ । ସୂଚନା ଅନୁସାରେ ଗତ ବିଳମ୍ବିତ ରାତି (୨୯ ତାରିଖ, ସୋମବାର) ପ୍ରାୟ ୨ଟା ୧୦ ମିନିଟ୍ ବେଳକୁ ଘାଗରାମୁଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଘର ଦାଣ୍ଡରେ ଗୋଟିଏ ଜନ୍ତୁ ଯାଉଥିବାର ଦେଖିବାକୁ ମିଳିଛି । ଯାହା ବାଘ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ସେହି ବ୍ୟକ୍ତି ଜଣକ ସିସିଟିଭି ଯାଞ୍ଚ କରିବା ବେଳେ ଏହାକୁ ଦେଖିଥିଲେ ଏବଂ ପରେ ଏହାକୁ ନେଇ ଗ୍ରାମବାସୀ ଏବଂ ବନବିଭାଗକୁ ଖବର ଦେଇଥିଲେ । 

ବନବିଭାଗର ତଦନ୍ତ ଆରମ୍ଭ

ମହାବିରୋଡ଼ ରେଞ୍ଜର ହରେଶ କିଷାନ ଜନ୍ତୁକୁ ଦେଖି ଏହା ବାଘ ନହୋଇଥାଇପାରେ ବୋଲି କହିବା ସହ ଏହି ସିସିଟିଭି ଫୁଟେଜ ବିଷୟରେ DFO ଏବଂ ACFOଙ୍କୁ ଅବଗତ କରାଯାଇଥିବା କହିଛନ୍ତି । କିନ୍ତୁ ବନବିଭାଗ ତରଫରୁ ଜନ୍ତୁକୁ ଚିହ୍ନଟ କରିବା ପାଇଁ ୧୨ଟି କ୍ୟାମେରା ଲଗାଯାଇଛି ଏବଂ ଆଜି ବନବିଭାଗ ତରଫରୁ ଜଙ୍ଗଲ ନିକଟ ଗ୍ରାମଗୁଡିକରେ ମାଇକ ମଧ୍ୟମରେ ସଚେତନା କରାଯାଇଛି ବୋଲି କହିଛନ୍ତି ରେଞ୍ଜର । 

ଏହା ମଧ୍ୟ ପଢନ୍ତୁ: ବ୍ୟାଘ୍ର ଦିବସରେ ଖୁସି ଖବର: ଶିମିଳିପାଳରେ କଳାବାଘ ସଫାରୀକୁ CZAର ଗ୍ରୀନ ସିଗନାଲ, ଜାଣନ୍ତୁ ବାଘ ବଂଶ ବୃଦ୍ଧି ପାଇଁ ସରକାରଙ୍କ ମିଶନ କେତେ ସଫଳ ? 

ଆତଙ୍କିତ ଅଞ୍ଚଳବାସୀ

ସୂଚନା ଥାଉ କି, ଗତ ୧୬.୦୭.୨୦୨୪ ରିଖରେ ସେହି ରେଞ୍ଜର ବ୍ରାହ୍ମଣଧରା ଗ୍ରାମ୍ୟ ଜଙ୍ଗଲରେ ପୁଇନ ନାୟକ ଜଣେ ମହିଳା ଛେଳି ଚରାଇବାକୁ ଯାଇ ବାଘ ଆକ୍ରମଣର ଶିକାର ହୋଇଥିଲେ l ଯାହାକୁ ନେଇ ବନବିଭାଗ ଆଜି ପର୍ଯ୍ୟନ୍ତ ବାଘର ସନ୍ଧାନ ପାଇନଥିବା ବେଳେ ଆଜି ଘାଗରାମୁଣ୍ଡା ଗାଁରେ ବାଘକୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି । 

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.