thumbnail

By ETV Bharat Odisha Team

Published : Feb 25, 2024, 10:41 PM IST

ETV Bharat / Videos

କଳାହାଣ୍ଡି ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ, ଟିକେଟ ପାଇଁ ଚାଲିଛି ଛକାପଞ୍ଝା

ଭବାନୀପାଟଣା: ନିର୍ବାଚନ ତାରିଖ ଘୋଷଣା ନ ହେଉଣୁ ସରଗରମ ହୋଇଛି କଳାହାଣ୍ଡି ରାଜନୀତି । ଆରମ୍ଭ ହୋଇଛି ନେତାଙ୍କ ଦଳ ଡିଆଁ ପର୍ବ  । ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି , ବିଜେଡି ଓ କଂଗ୍ରେସ ରେ ଏବେ ନେତାଙ୍କ ଦଳ ଡିଆଁ ଆରମ୍ଭ ହୋଇଛି । ଯୁବ ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଟ ନେତାଙ୍କ ପର୍ଯ୍ୟନ୍ତ ଏବେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । ପ୍ରଥମେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ ନେଇ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ... ଟିକେଟ ପାଇଁ ବିଜେଡିକୁ ମିଳିଲାଣି ୧୦ ହଜାରରୁ ଅଧିକ ଆବେଦନ: ପ୍ରଣବ

ହେଲେ ପରିବର୍ତ୍ତିତ ସମୟରେ କଂଗ୍ରେସରେ ବଳଭଦ୍ରଙ୍କ ଯୋଗଦାନକୁ କିଛି କଂଗ୍ରେସ ନେତା ବିରୋଧ କରି ଦଳ ଛାଡ଼ିଥିଲେ । ଆଜି ପୁଣି କଳାହାଣ୍ଡି ରାଜନୀତି ସରଗରମ ହୋଇଛି । ଭବାନୀପାଟଣା ବ୍ଲକ ଅଧ୍ୟକ୍ଷା ପ୍ରଫୁଲ୍ଲ ସାହୁ ଓ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁଙ୍କ ସହ ବ୍ଲକର ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଭୁବନେଶ୍ବର ବିଜେଡି ଶଙ୍ଖ ଭବନଠାରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଓ କଳାହାଣ୍ଡି ପ୍ରଭାରୀ ପ୍ରଣବ ବଳବନ୍ତ ରାୟ, ସସ୍ମିତପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । 

ସେପଟେ ଆଜି ଲାଞ୍ଜିଗଡରେ ଯୁବ ଆଦିବାସୀ ନେତା ତଥା ବସନ୍ତପଡ଼ା ସରପଞ୍ଚ ନିଜର ୨୦୦୦ ହଜାର କର୍ମୀଙ୍କୁ ନେଇ ଆଜି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଥିବା ଜଣାପଡିଛି । ଯାହାକୁ ନେଇ କଳାହାଣ୍ଡି ରାଜନୀତି ସରଗରମ ହେବାରେ ଲାଗିଛି । ନେତାଙ୍କ ଦଳ ଡିଆଁକୁ ନେଇ ଦଳରେ ଥିବା ଟିକେଟ ଆଶାୟୀଙ୍କ ମଧ୍ୟରେ ଛନକା ପଶିବାରେ ଲାଗିଛି । ବିଜେଡିରେ ଘଡିକୁ ଘୋଡ଼ା ଛୁଟି ଥିବା ବେଳେ ଦଳୀୟ ଟିକେଟକୁ ନେଇ ଆଶାୟୀ ଏବେ ଭୁବନେଶ୍ବର ଗସ୍ତରେ ଲାଗିଛନ୍ତି । 

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.