ଶ୍ରାବଣ ଶେଷ ସୋମବାର: ଲିଙ୍ଗରାଜ ମନ୍ଦିରରେ ଦର୍ଶନ କଲେ ରାଜ୍ୟସଭା ଉପାଧ୍ୟକ୍ଷ ଓ ପୋଲିସ ଡିଜି - last monday of sawan

By ETV Bharat Odisha Team

Published : Aug 19, 2024, 12:46 PM IST

thumbnail
ଶ୍ରାବଣ ଶେଷ ସୋମବାର: ଲିଙ୍ଗରାଜ ମନ୍ଦିରରେ ଦର୍ଶନ କଲେ ରାଜ୍ୟସଭା ଉପାଧ୍ୟକ୍ଷ ଓ ପୋଲିସ ଡିଜି (ETV Bharat Odisha)

ଭୁବନେଶ୍ବର: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ସହ ରାକ୍ଷୀ ପୂର୍ଣ୍ଣିମା । ଦେଶରେ ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ଗହଳି ଲାଗି ରହିଛି । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ବାବାଙ୍କୁ ଦର୍ଶନ କରିଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଓ ନୂତନ ପୋଲିସ ଡିଜି ଓ୍ବା.ଇବି ଖୁରାନିଆ । ମନ୍ଦିରର ସେବାୟତମାନେ ଉଭୟଙ୍କୁ ସ୍ବାଗତ କରିଥିଲେ । ଦର୍ଶନ ଅଦ୍ଭୁତ ଥିଲା ବୋଲି ଭାବବିହ୍ବଳ ପ୍ରତିକ୍ରିୟା ଦେଇଛନ୍ତି ହରିବଂଶ । ଉଭୟଙ୍କୁ ମହିଳାମାନେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ । ଆଜି ଶ୍ରାବଣ ଶେଷ ସୋମବାର ଓ ରାକ୍ଷୀ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ପୁରୀ ସମେତ ଲିଙ୍ଗରାଜ ଓ ଅନ୍ୟ ମନ୍ଦିରରେ ବିଶେଷ ନୀତିକାନ୍ତି ଜାରି ରହିଛି । ଆଜି ଶ୍ରୀମନ୍ଦିରରେ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ ମଧ୍ୟ । ଆଜି ବଡଠାକୁର ଶ୍ରୀ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭଉଣୀ ଦେବୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.