thumbnail

ବାତ୍ୟା 'ଦାନା' ପାଇଁ ଆଗୁଆ ସତର୍କତା; ପ୍ରଥମେ ସ୍ଥାନାନ୍ତର ହେଲେ ମଗରକନ୍ଦା ଲୋକେ

By ETV Bharat Odisha Team

Published : 3 hours ago

କେନ୍ଦ୍ରାପଡା: ବାତ୍ୟା 'ଦାନା' ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ସକାଳୁ ଆରମ୍ଭ ହୋଇଛି ହାଲୁକା ବର୍ଷା । ସାମୁଦ୍ରିକ ବାତ୍ୟା ପାରାଦ୍ୱୀପ ଉପକୂଳ ଠାରୁ ପ୍ରାୟ ୬୭୦ କିମି ଦୂରରେ ଥିବାବେଳେ ଜିଲ୍ଲାର ୯ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ସତର୍କ ସୂଚନା ଜାରି କରାଯାଇଛି । ସରକାରୀ ସୂଚନା ମୁତାବକ ଅତି ପ୍ରବଳ ବର୍ଷା ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତି ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚାଷୀ ଭାଇମାନଙ୍କୁ ମାଇକ ମାଧ୍ୟମରେ ସତର୍କ କରାଯାଇଛି । ସେହିପରି କଳାବଜାରୀ ଉପରେ କଡା ନଜର ରଖାଯାଇଛି । ଲୋକମାନଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ NDRFର ଗୋଟିଏ ଟିମ, ODRAFର ୪ଟି ଟିମ, ଅଗ୍ନିଶମ ବିଭାଗର ୧୨ଟି ଟିମ୍ ରହିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । 

ଗତକାଲି ଅପରାହ୍ନରେ NDRFର ୭୦ଜଣିଆ ଟିମ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ଆଜି ସେଗୁଡିକୁ ଭାଗ କରାଯାଇ ଉପକୂଳବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଳକକୁ ପଠାଯାଇଛି । ସେହିପରି ଲଗାଣ ବର୍ଷା ଓ ବାତ୍ୟା ପ୍ରଭାବ ପାଇଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ୨୫ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅପରପକ୍ଷରେ ଜିରୋ କ୍ୟାଜୁଆଲିଟି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ
 

ଇଟିଭି ଭାରତ, କେନ୍ଦ୍ରାପଡା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.