ଦୁବାଇ ଚାଖିବ କଳାହାଣ୍ଡି ଆମ୍ବ, ପ୍ରଥମ ପର୍ଯ୍ୟାୟରେ ଗଲା 25 କୁଇଣ୍ଟାଲ ଆମ୍ରପଲ୍ଲି - Kalahandi Mangoes Export To Dubai

By ETV Bharat Odisha Team

Published : Jun 30, 2024, 6:36 PM IST

thumbnail
Kalahandis Amrapali Mango Export to Dubai (ETV Bharat Odisha)

Kalahandis Amrapali Mango Export to Dubai: ଭବାନୀପାଟଣା: ଦୁବାଇ ଚାଖିବ କଳାହାଣ୍ଡିର ଆମ୍ବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ନର୍ଲା ବ୍ଲକ ଶାଡ଼ିଙ୍ଗତରା ଗ୍ରାମରୁ ଯାଇଛି ୨୫ କୁଇଣ୍ଟାଲ ଆମ୍ବ । ଯାହାକୁ ନେଇ ଜିଲ୍ଲାର ଆମ୍ବ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ କଳାହାଣ୍ଡିରେ ୪୫ ହଜାର ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି । ଭଲ କିସମର ଆମ୍ବକୁ କୋଲକାତା, ଦିଲ୍ଲୀ, ରାୟପୁର, ରାଞ୍ଜି ଭଳି ଦେଶର ବଡ଼ବଡ଼ ସହରକୁ ପଠାଯାଇଛି । ବର୍ତ୍ତମାନ ଫଳର ଚାହିଦା ଥିବାବେଳେ ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ୨୫ କୁଇଣ୍ଟାଲ ‘ଆମ୍ରପଲ୍ଲି’ କିସମ ଆମ୍ବ ଦୁବାଇ ଯାଇଛି । ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ମଧ୍ୟସ୍ଥି ସାଜିଥିବାବେଳେ ପଶ୍ଚିମବଙ୍ଗର ଏକ ସଂଙ୍ଗଠନ ପାଫ୍ ଗ୍ରୁପ ମାର୍କେଟିଂ କରିଛି ।  

ଏହା ମଧ୍ୟ ପଢ଼ନ୍ତୁ.. ଦିଲ୍ଲୀରେ କଳାହାଣ୍ଡି ଆମ୍ବର ଚାହିଦା, ପ୍ରଥମ ପର୍ଯ୍ୟାୟରେ ଗଲା ୨ ମେଟ୍ରିକ୍ ଟନ - Kalahandi Mangoes Export To Delhi

ଜିଲ୍ଲାର ନର୍ଲା ବ୍ଳକ ଶାଡ଼ିଙ୍ଗତରା ଅଞ୍ଚଳର ମହିଳା କୃଷି ଉଦ୍ୟୋଗୀ ଶ୍ରଦ୍ଧାଞ୍ଜଳି ମାଝୀ ଜୈବିକ ପଦ୍ଧତିରେ ନିଜ ଫାର୍ମରେ ବିଭିନ୍ନ କିସମର ଆମ୍ବ ଉତ୍ପାଦନ କରିଛନ୍ତି । ତାଙ୍କ ଫାର୍ମରେ ଉତ୍ପାଦିତ ଆମ୍ରପଲ୍ଲି ଆମ୍ବର ଗୁଣବତ୍ତା ଅନୁସାରେ କେଜି ପିଛା ୫୫ଟଙ୍କା ଦରରେ ଅଢ଼େଇ ଟନ୍ ଅର୍ଥାତ ୨୫ କ୍ଲିଣ୍ଟାଲ ଦୁବାଇକୁ ରପ୍ତାନୀ କରାଯାଇଛି । ବିଦେଶରେ ଏହା କିଲୋ ପିଛା ୨୦୦ ଟଙ୍କା ଯାଏ ବିକ୍ରି ହେବ ବୋଲି ଜଣାପଡ଼ିଛି । ସେହିପରି ଆମ୍ବ ଯେପରି ଦୀର୍ଘଦିନ ସୁରକ୍ଷିତ ରହିବ, ସେଥିପାଇଁ ଗୁରୁତ୍ଵ ଦିଆଯାଇଛି । ଏକ ଶୀତତାପ ନିୟନ୍ତ୍ରିତ ଟ୍ରକ୍‌ରେ କଳାହାଣ୍ଡିରୁ ଆମ୍ବ ଭୁବନେଶ୍ୱର ଯିବ ପରେ ସେଠାରୁ ପାଫ୍ ଗ୍ରୁପ ସହଯୋଗରେ ବିମାନରେ ଦୁବାଇ ପଠାଯିବ। କଳାହାଣ୍ଡି ଆମ୍ବକୁ ଅନ୍ତର୍ଜାତୀୟ ବଜାରରେ ସ୍ବତନ୍ତ୍ର ପରିଚୟ ହାସଲ କରାଇବା ପାଇଁ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି ।  

ଇଟିଭି ଭାରତ, କାଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.