ମନ୍ତ୍ରୀ ହେବା ପରେ ପ୍ରଥମ ଥର ସମ୍ପଦ ସ୍ୱାଇଁଙ୍କ ଜିଲ୍ଲା ଗସ୍ତ, ମା' ଶାରଳାଙ୍କୁ କଲେ ଦର୍ଶନ - MINISTER SAMPAD CHANDRA SWAIN - MINISTER SAMPAD CHANDRA SWAIN

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 17, 2024, 3:38 PM IST

ଜଗତସିଂହପୁର: ମୋହନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପରେ ପ୍ରଥମ ଥର ପାଇଁ ଜଗତସିଂହପୁର ଗସ୍ତ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ। । ଗତକାଲି ନିଜ ଜିଲ୍ଲାକୁ ଗସ୍ତ କରି ଇଷ୍ଟଦେବୀ ମା ଶାରଳାଙ୍କୁ ଦର୍ଶନ କରିଥିଲେ । ଶାରଳା ମନ୍ଦିରର ନବୀ କରଣ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରତିକ୍ରିୟାରେ ସେ କହିଥିଲେ,'' ପ୍ରଭୁ ଜଗନ୍ନାଥ ଓ ମା, ଶାରଳା ଙ୍କ କୃପା ଓ ଜଗତସିଂହପୁର ଜିଲ୍ଲା ବାସୀଙ୍କ ଆଶିର୍ବାଦ ଫଳରେ ପାରାଦ୍ୱୀପରେ ବଂଶବାଦ ରାଜନୀତିର ପରିସମାପ୍ତି ଘଟିଛି। ବିଗତ ଦିନରେ ବଂଶବାଦ ରାଜନୀତି ଫଳରେ ବିକାଶ ଏଠି ବାଟବଣା ହୋଇଥିଲା। ଶିଳ୍ପ ନଗରୀ ପାରାଦ୍ୱୀପରେ ଯେଉଁଭଳି ବିକାଶ ହେବକଥା ତାହା କରାଯାଇ ନାହିଁ। ଫଳରେ ଜନ ଅସନ୍ତୋଷର ପ୍ରତି ଫଳନ ହୋଇଛି । ଭାରତୀୟ ଜନତା ପାର୍ଟି କେନ୍ଦ୍ର ଓ ରାଜ୍ୟରେ କ୍ଷମତା କୁ ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଏବେ ପୁରଣ ପାଇଁ ଉଦ୍ୟମ କରାଯାଉଛି। ରାଜ୍ୟରେ ମୋହନ ମାଝୀ ସରକାର ଶପଥ ଗ୍ରହଣ ର 24 ଘଣ୍ଟା ମଧ୍ୟରେ ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିର ଚାରୀ ଦ୍ୱାର ଖୋଲି ଦିଆଗଲା।  ଧାନର ସହାୟକ ମୂଲ୍ୟ 31ଶହ ଟଙ୍କା କୁ ବୃଦ୍ଧି କରାଯାଇଛି। ଆଗକୁ ସୁଭଦ୍ରା ଯୋଜନା, ଆୟୁସମାନ ଯୋଜନା ଆଦି ରାଜ୍ୟରେ କାର୍ଯ୍ୟକାରୀ ହେବ। ଜଗତସିଂହପୁର ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଶିଳ୍ପ କ୍ଷେତ୍ର ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ।''

ଏହା ମଧ୍ୟ ପଢନ୍ତୁ-ଟିଟିଲାଗଡ଼ରେ 3ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, କଳାପତକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କଲା ଯୁବ କଂଗ୍ରେସ

ସେ ଆହୁରି ମଧ୍ୟ କହିଥିଲେ, ''ଜଗତସିଂହପୁର ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଶିଳ୍ପ କ୍ଷେତ୍ର ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ରେ ମୋହନ ସରକାରଙ୍କ ଡବଲ ଇଞ୍ଜିନ ସରକାର ଆଗକୁ ରାଜ୍ୟରେ ବିକାଶ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିବ  । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଶିଳ୍ପ କ୍ଷେତ୍ରରେ ଭାରତର ମୁଖଶାଳା ପାଲଟିବ। ଶିଳ୍ପର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରିବେ। କେନ୍ଦ୍ର ସରକାରଙ୍କ ଅନୁଦାନ ରାଶି ଓଡିଶା କୁ ନିଶ୍ଚିତ ଭାବେ ବଢିବ।ଏଥିରେ ସନ୍ଦେହ ନାହିଁ । ପାରାଦ୍ୱୀପରେ ଯେଉଁସବୁ ଶିଳ୍ପ ଗୁଡିକରେ ଓଡ଼ିଆ ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅବହେଳା ପଦର୍ଶନ କରୁଛନ୍ତି ତାହା ଏ ସରକାର ସମୟରେ ହୋଇ ପାରିବ ନାହିଁ। ଶିଳ୍ପ ପାଇଁ ନିଜ ଭିଟାମାଟି ତ୍ୟାଗ କରୁଥିବା ପରିବାରଙ୍କୁ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିବ । ''

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.