ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ, ରାଜକୋଟରେ ପହଞ୍ଚିଲେ ଟିମ ଇଣ୍ଡିଆ ଖେଳାଳି - India vs England
🎬 Watch Now: Feature Video

Published : Feb 12, 2024, 1:24 PM IST
IND vs ENG 3rd Test ରାଜକୋଟ: ଆସନ୍ତା 15 ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ । ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଏହା ପୂର୍ବରୁ ରବିବାର ରାତିରେ ରାଜକୋଟରେ ପହଞ୍ଚିଛନ୍ତି ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଟିମ । ତୃତୀୟ ଟେଷ୍ଟ ପାଇଁ ମଙ୍ଗଳବାର ଇଂଲଣ୍ଡ ଦଳ ରାଜକୋଟରେ ପହଞ୍ଚିବ। ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ହାରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଟିମ ଇଣ୍ଡିଆ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚକୁ ମଧ୍ୟ ନିଜ ସପକ୍ଷରେ କରିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଦଳ । ଇଂଲଣ୍ଡ ବିପକ୍ଷରେ ଶେଷ 3ଟି ମ୍ୟାଚ ପାଇଁ ଶନିବାର 17 ଜଣିଆ ଭାରତୀୟ ଦଳ ଘୋଷଣା କରିଥଲା ବିସିସିଆଇ । ଆହତ କାରଣ ଯୋଗୁଁ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡିଛନ୍ତି ଶ୍ରେୟସ ଆୟର । ଦଳକୁ ଫେରିଲେ କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜା ।
ଏହା ମଧ୍ୟ ପଢନ୍ତୁ-ଶେଷ 3 ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଖେଳିବେନି କୋହଲି