ବାଲୁକା କଳାରେ ସ୍ଵାଧୀନତା ଦିବସ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - Independence day Sand Art

By ETV Bharat Odisha Team

Published : Aug 14, 2024, 10:24 PM IST

thumbnail
HAR GHAR TIRANGA SAND ART (ETV Bharat Odisha)

HAR GHAR TIRANGA SAND ART: ପୁରୀ: ବାଲୁକା ଚିତ୍ରକଳାରେ ସ୍ଵାଧୀନତା ଦିବସ ଶୁଭେଚ୍ଛା । 78 ତମ ସ୍ବାଧିନତା ଦିବସ ପାଳନକୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ । ଉତ୍ସବ ମୁଖରିତ ହୋଇ ଉଠିଛି ଗାଁଠୁ ସହର । ସବୁଆଡେ ସେଲିବ୍ରେଶନର ମାହୋଲ । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା ନିର୍ମାଣ କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ବେଳାଭୂମିର ନୀଳାଦ୍ରି ବିଚରେ ଏହି ସୁନ୍ଦର୍ ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ହର ଘର ତ୍ରିରଙ୍ଗାରେ ଏହି ବାଲୁକା ଚିତ୍ରକଳା ନିର୍ମାଣ ହୋଇଛି ।

ବାଲିରେ ଅନେକ ଘର ତିଆରି ହେଇଥିବା ବେଳେ ସେଥିରେ ତ୍ରିରଙ୍ଗା ଉଡୁଥିବା ଏହି ବାଲୁକା ଚିତ୍ର କଳାରେ ଦର୍ଶାଯାଇଛି । ଏହି ଅବସରରେ ଅନେକ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକ ଏକାଠି ହୋଇ ଜାତୀୟ ପତାକା ଧରି ଜାତୀୟ ସଙ୍ଗୀତ ମଧ୍ୟ ଗାନ କରି 78 ତମ ସ୍ବାଧୀନତା ଦିବସକୁ ପାଳନ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,"ସମସ୍ତଙ୍କୁ 78 ତମ ସ୍ଵାଧୀନତା ଦିବସର ଅଭିନନ୍ଦନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ହର ଘର ତ୍ରିରଙ୍ଗା ପାଳନ କରୁଛନ୍ତି ପ୍ରତ୍ୟେକ ଭାରତୀୟ । ଯାହାକି ବେଶ୍ ଗର୍ବର ବିଷୟ । "

ଏହା ମଧ୍ୟ ପଢନ୍ତୁ .....ମହାନଦୀ ଗର୍ଭରେ ଉଡିଲା ତ୍ରିରଙ୍ଗା ,ସ୍କୁବା ଡ୍ରାଇଭର ଦେଲେ ଶାନ୍ତି ଓ ମୈତ୍ରୀର ବାର୍ତ୍ତା - Har ghar Tiranga 2024


ସେପଟେ ବାଲୁକା ଚିତ୍ରକଳା ଦେଖିବାକୁ ଆସିଥିବା ପର୍ଯ୍ୟଟକ ମାନେ ମଧ୍ୟ ପୁରୀ ବେଳାଭୂମି ନିଆରା ଢଙ୍ଗରେ 78 ତମ ସ୍ବାଧୀନତା ଦିବସ ପାଳନ କରି ବେଶ ଖୁସି ହୋଇଥିଲେ । ପର୍ଯ୍ୟଟକ କହିଛନ୍ତି,"ହର ଘର ତ୍ରିରଙ୍ଗା ଥିମରେ ହୋଇଛି ବାଲୁକା ଚିତ୍ରକଳା । ଆମେ ପ୍ରତ୍ୟେକ ଭାରତୀୟ ହର ଘର୍ ତ୍ରିରଙ୍ଗାରେ ସାମିଲ ହେବା ଉଚିତ । ଆମେ ସମସ୍ତେ ଭାରତୀୟ ଜାତି, ବର୍ଣ୍ଣ ଏବଂ ଧର୍ମ ନିର୍ବିଶେଷରେ ଏକାଠି ହୋଇ ରହିବା ସହ ପରସ୍ପରକୁ ସହଯୋଗ କରିବା ଉଚିତ୍ ।"

ଇଟିିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.