କଲବଲ କରୁଛି ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳିରେ ସିଝୁଛି ରାଉରକେଲା ସହର - Heatwave In Rourkela
🎬 Watch Now: Feature Video
Published : May 31, 2024, 8:15 AM IST
ରାଉରକେଲା: ସୂର୍ଯ୍ୟଙ୍କ ପ୍ରଖର କିରଣରେ ଜଳୁଛି ସୁନ୍ଦରଗଡ଼ ଜିଲ୍ଲା । ରାଉରକେଲାରେ କଲବଲ କରୁଛି ତାତି । ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସକାଳ 8ଟା ନହେଉଣି ଟାଣ ଖରା ଦେଖି ଘର ବାହାରକୁ ଯିବାକୁ ଲୋକେ ଭୟ କରୁଛନ୍ତି । ରାସ୍ତାରେ ଯାଉଥିବା ବାଟୋଇ ଛାଇ ଟିକିଏ ପାଇଁ ଡହଳ ବିକଳ ହେଉଛି । ଗତକାଲି ସହରର ତାପମାତ୍ରା 41 ଡିଗ୍ରୀ ରହିଥିଲା । ରାଉରକେଲା ସହର ସହ ସୁନ୍ଦରଗଡ଼, ରାଜଗାଙ୍ଗପୁରଏବଂ ବଣାଇ, ବିରମିତ୍ରପୁର ସହରରେ ପ୍ରବଳ ଖରା ସହ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଗତକାଲି ଦିନ ସାଢ଼େ ଗୋଟିଏରୁ ରାତି 2ଟା ମଧ୍ୟରେ 10 ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ 8 ଜଣ ମୃତ ଅବସ୍ଥାରେ ହସ୍ପିଟାଲ ପହଞ୍ଚିଥିଲେ । ଅନ୍ୟପଟେ ଆଉ 2 ଜଣ ହସ୍ପିଟାଲରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଅଂଶୁଘାତ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ-ରାଉରକେଲାରେ ୧୦ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ସନ୍ଦେହ - Unnatural Deaths in Rourkela
ଇଟିଭି ଭାରତ, ରାଉରକେଲା