ପାରାଦ୍ୱୀପ ଉପକୂଳରୁ ମିଳିଲା ବିରଳ ପ୍ରଜାତିର ସଂକୁଚ, ବିକ୍ର ପାଇଁ ଗଲା ଦୀଘା - Torpedo fish - TORPEDO FISH
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 19, 2024, 6:57 PM IST
Rare Torpedo fish: ଜଗତସିଂହପୁର: ପାରାଦ୍ୱୀପ ମୁହାଁଣରେ ମିଳିଛି ଏକ ବିଶାଳ କାୟ ସଂକୁଚ । ତେବେ ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ସ୍ଥିତ ଚଉ ମୁହାଣୀ ମହାନଦୀ ମୁହାଁଣରେ କିଛି ମତ୍ସଜୀବୀ ମାଛ ଧରୁଥିବା ସମୟରେ ହଟାତ ଏକ ବିଶାଳ କାୟ ମାଛ ଜାଲରେ ପଡିଥିଲା। ପରେ ମତ୍ସଜୀବୀ ମାନେ ପାଣି ମଧ୍ୟରୁ ଅତି କଷ୍ଟରେ ମାଛଟିକୁ କୂଳକୁ ଆଣିଥିଲେ। କୂଳକୁ ଆସିବା ପରେ ଏକ ସଂକୁଚ ପ୍ରଜାତିର ମାଛ ବୋଲି ଜଣାପଡିଥିଲା। ତେବେ ଏହାକୁ ପଶ୍ଚିମବଙ୍ଗର ଦୀଘାକୁ ନିଆଯାଇଛି। ଏହାର କିଲୋପ୍ରତି ମୂଲ୍ୟ 50 ହଜାର ଟଙ୍କା ହେବ ବୋଲି ଜଣେ ମତ୍ସଜୀବୀ କହିଛନ୍ତି।
ପାରାଦ୍ୱୀପ ସମୁଦ୍ରରେ ବିରଳ ପ୍ରଜାତି ମାଛ ବିଭିନ୍ନ ସମୟରେ ଜାଲରେ ପଡୁଥିବା ଦେଖିବାକୁ ମିଳିଥାଏ। ଦୁଇମାସ ତଳେ ଏକ ବିରାଟ କାୟ ମାଛ ମତ୍ସଜୀବୀଙ୍କ ଜାଲରେ ପଡିଥିଲା। ଏହାକୁ କିଲୋପ୍ରତି 20 ହଜାର ଟଙ୍କାରେ ଦୀଘାରେ ବିକ୍ରି କରାଯାଇଥିଲା। ପାରାଦ୍ୱୀପ ସମୁଦ୍ରରୁ ମିଳୁଥିବା ଏହି ପରି ବିରଳ ପ୍ରଜାତିର ମାଛ ଗୁଡିକ ବିଶେଷ ଭାବରେ ପାରାଦ୍ୱୀପରେ ବିକ୍ରି କରା ନଯାଇ ଦୀଘାକୁ ନିଆଯାଇଥାଏ। ସେଠାରେ ଏହି ବିରଳ ପ୍ରଜାତିର ମାଛ ଗୁଡିକୁ ଅଧିକ ଦରରେ ନିଲାମ ନିଆଯାଉଥିବାରୁ ମତ୍ସଜୀବୀ ମାନେ ପଶ୍ଚିମବଙ୍ଗର ଦୀଘାକୁ ନେଇଥାନ୍ତି। ଆଜି ସମୁଦ୍ରରୁ ମିଳିଥିବା ବିରଳ ପ୍ରଜାତିର ଏହି ସଂକୁଚ ମାଛକୁ ଦୀଘାକୁ ନିଆଯାଇ କିଲୋପ୍ରତି 20 ହଜାର ଟଙ୍କାରେ ବିକ୍ରି କରାଯାଇଛି। ଏହି ମାଛ ବିଦେଶରେ ବେଶ ଚାହିଦା ରହିଥିବା ବେଳେ ଏହି ମାଛରୁ ଔଷଧ ତିଆରି ହେଉଥିବା ଜଣାପଡ଼ିଛି।
ଇଟିଭି ଭାରତ, ଜଗତସିଂହପୁର