thumbnail

By ETV Bharat Odisha Team

Published : Apr 10, 2024, 10:44 PM IST

ETV Bharat / Videos

ପାରାଦ୍ବୀପ ଉପକୂଳରୁ ମିଳିଲା ବିରଳ ତେଲିଆ ମାଛ, କିଲୋ ୧୪ ହଜାର ଟଙ୍କାରେ ବିକ୍ରି - Rare Oily Fish

Rare Oily Fish: ପାରାଦ୍ବୀପ (ଜଗତସିଂହପୁର): ପାରାଦ୍ବୀପ ସମୁଦ୍ର ଉପକୂଳରୁ ମିଳିଛି ବିରଳ ପ୍ରଜାତିର ତେଲିଆ ବୋରେଇ ମାଛ । ଜାଲରେ ୧୪ଟି ମାଛ ପଡ଼ିଥିବା ଖବର ମିଳିଛି । ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୨୦ କିଲୋରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି । ଏହିପରି ୧୪ଟି ମାଛ ଏକାସାଙ୍ଗେରେ ଜାଲରେ ଧରାପଡିଥିଲେ । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପ ଉପକୂଳରେ ଆଜି 'ପାର୍ବତୀ' ନାମକ ଏକ ବୋଟ୍‌ ମାଛ ଧରିବାକୁ ଯାଇଥିବାବେଳେ ଏଭଳି ମାଛ ଏକାସାଙ୍ଗେ ଗୋଟିଏ ଜାଲରେ ପଡି ଯାଇଥିଲେ ।

ସୂଚନା ଅନୁସାରେ ଏତେ ଗୁଡ଼ିଏ ମାଛ ଏକାସାଙ୍ଗରେ ପଡ଼ିବାରୁ ବୋଟ୍‌ର ଜାଲ ମଧ୍ୟ ଭାରି ଓଜନିଆ ହୋଇଯାଇଥିଲା । କାଳେ ଜାଲ ଛିଡ଼ିଯିବ, ସେନେଇ ବୋଟର ଷ୍ଟାଫ୍‌ମାନେ ଅତି ଯତ୍ନର ସହ ଜାଲକୁ ପାଣିରେ ଭସାଇ ଭସାଇ କୂଳକୁ ଆଣିଥିଲେ । ତେବେ ଏହି ମାଛ ପାରାଦୀପ ମାଛଧରା ବନ୍ଦରକୁ ଆସିବା ପରେ ସେଗୁଡ଼ିକୁ ନିଲାମ କରାଯାଇଥିଲା । କିଲୋ ପ୍ରତି ପ୍ରାୟ ୬ ହଜାର ଟଙ୍କା ହୋଇଥିଲା । କିନ୍ତୁ ଏହାର ମୂଲ୍ୟ ଆହୁରି ଅଧିକ ଥିବାରୁ ଏହାର ମାଲିକ ଆଉ ପାରାଦ୍ବୀପରେ ନବିକି ଦୀଘା ନେଇ ଯାଇଥିଲେ । ସେଠାରେ କିଲୋ ପ୍ରତି ପ୍ରାୟ ୧୪ ହଜାର ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ...ମତ୍ସ୍ୟଜୀବୀଙ୍କ ଜାଲରେ ବିରଳ ତେଲିଆ ମାଛ, ୨୩ ଲକ୍ଷରେ ନିଲାମ

ସୂଚନାଯୋଗ୍ୟ, ପାରାଦ୍ବୀପ ଉପକୂଳରୁ ଜାଲରୁ ଧାରା ପଡିଥିବା ବିରଳ ତେଲିଆ ମାଛର ଶରୀରରୁ ବାହାରୁଥିବା ତେଲ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । କୋଲକାତାର ଦୀଘାରୁ ଏହି ବିରଳ ମାଛକୁ ବିଦେଶକୁ ରପ୍ତାନୀ କରାଯିବ । କିଲୋପ୍ରତି ଭାରତରେ ୧୪ ହଜାର ଥିବାବେଳେ ବିଦେଶରେ ଏହିମାଛର ମୂଲ୍ୟ ଯଥେଷ୍ଟ ଅଧିକ ରହିଥାଏ । ବିଦେଶର ବିଭିନ୍ନ ହୋଟେଲରେ ମଧ୍ୟ ଏହି ମାଛର ଚାହିଦା ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.