ମତ୍ସ୍ୟଜୀବୀଙ୍କୁ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ଅଣଦେଖା, କାର୍ଯ୍ୟାନୁଷ୍ଠାନ ଦାବି କଲା ସଂଘ - Fisherman Facing Problem
🎬 Watch Now: Feature Video
Published : Mar 16, 2024, 9:18 AM IST
Fisherman Facing Problem:ପୁରୀ: ମତ୍ସ୍ୟଜୀବୀଙ୍କୁ ଅଣଦେଖା କରୁଛନ୍ତି ଜିଲ୍ଲା ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ । ଫଳରେ ରାଜ୍ୟ ସରକାରଙ୍କ ଅନେକ ଜନହିତକର ଯୋଜନାରୁ ବଞ୍ଚିତ ହେଉଛନ୍ତି ମତ୍ସ୍ୟଜୀବୀ । ଏଭଳି ଅଭିଯୋଗ ଆଣିଛି ପୁରୀ ଜିଲ୍ଲା ପାରମ୍ପାରିକ ମତ୍ସ୍ୟଜୀବୀ ମହାସଂଘ । ଏନେଇ ସଂଘର ସଭାପତି ବାବୁଲା ପ୍ରସାଦଙ୍କ ନେତୃତ୍ୱରେ ମତ୍ସ୍ୟଜୀବୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲା ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦେବାକୁ ଦାବି କରିଛନ୍ତି ।
ସଂଘ ଅଭିଯୋଗ କରିଛି ରାଜ୍ୟ ସରକାର ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଉନ୍ନତି ପାଇଁ ଡଙ୍ଗା ସହିତ ଇଞ୍ଜିନ ଯୋଗାଇ ଦେଉଥିବା ବେଳେ ଏଥି ପାଇଁ ଆର୍ଥିକ ସବସିଡ ଯୋଗାଇ ଆସୁଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ଜିଲ୍ଲା ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଗରିବ ମତ୍ସ୍ୟଜୀବୀ ନିଜର ସବସିଡ ପାଇ ପାରୁନାହାନ୍ତି । ସେହିପରି ଅନେକ ଯୋଗ୍ୟ ହିତାଧିକାରୀ ଡଙ୍ଗା, ଇଞ୍ଜିନ ପାଇଁ ଆବେଦନ କରିଥିବା ବେଳେ ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଅନେକ ଯୋଗ୍ୟ ହିତାଧିକାରୀ ରାଜ୍ୟ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏନେଇ ଅର୍ଥ ଆସିଥିବା ବେଳେ ଏହା ଏବେ ଫେରିଯିବାକୁ ବସିଛି । ଏଣୁ ତୁରନ୍ତ ପୁରୀ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ମତ୍ସ୍ୟଜୀବୀଙ୍କୁ ସହାୟତା କରିବା ସହ କାର୍ଯ୍ୟରେ ଅବହେଳା କରିଥିବା ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟeନୁଷ୍ଠାନ ଦାବି କରିଛି ପୁରୀ ଜିଲ୍ଲା ପାରମ୍ପାରିକ ମତ୍ସ୍ୟଜୀବୀ ମହାସଂଘ ।
ସେହିପରି ପୁରୀ ବେଳାଭୂମିରେ ହେବାକୁ ଥିବା ମତ୍ସ୍ୟ ଅବତରଣ କେନ୍ଦ୍ର, ପେଣ୍ଠକଟାରେ ହେବାକୁ ଥିବା ଜେଟି ଏବଂ ଅତ୍ୟାଧୁନିକ ଫିସ୍ ମାର୍ଟ କାର୍ଯ୍ୟରେ ଅହେତୁକ ବିଳମ୍ବକୁ ନେଇ କ୍ଷୋଭ ପ୍ରକାଶ କରିଛି ପୁରୀ ଜିଲ୍ଲା ପାରମ୍ପାରିକ ମତ୍ସ୍ୟଜୀବୀ ମହାସଂଘ ।
ଏହା ମଧ୍ୟ ପଢନ୍ତୁ-ମତ୍ସ୍ୟଜୀବୀଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ
ଇଟିଭି ଭାରତ, ପୁରୀ