କଣାସରେ କୃଷି ସଚେତନତା ଶିବିର, ଅଧିକ ଅମଳ ନେଇ ଚାଷୀଙ୍କୁ କରାଗଲା ସଚେତନ - କୃଷି ସଚେତନତା ଶିବିର

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 13, 2024, 10:11 PM IST

Farmers Awareness Programme :ନିମାପଡ଼ା: ସାରା ଦେଶ ଓ ରାଜ୍ୟକୁ କୃଷକ ଖାଦ୍ୟ ଯୋଗାଉ ଥିବା ବେଳେ କିଭଳି କୃଷକମାନେ କମ ସାର ଔଷଧ ବ୍ୟବହାର କରି ଅଧିକ ଫସଲ ଅମଳ କରିପାରିବେ ଓ ପରିବେଶ ପ୍ରଦୂଷଣ ମୁକ୍ତ ବାୟୁ ମଣ୍ଡଳ ଗଠନ ହେବ ସେ ସମ୍ପର୍କରେ ପୁରୀ ଜିଲ୍ଲା କଣାସ ବ୍ଲକ୍ କୃଷି କାର୍ଯ୍ୟାଳୟ ଓ ଇଫକୋଙ୍କ ମିଳିତ ସହଯୋଗରେ ମା' ପଞ୍ଚମୁଖୀ ପୀଠ ବଡ଼ାସଠାରେ ଏକ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କୃଷକମାନେ କିଭଳି ପ୍ରଣାଳୀରେ ଚାଷ କଲେ ଅଧିକ ଅମଳ କ୍ଷମ ହୋଇପାରିବେ ଓ ୟୁରିଆ ବ୍ୟବହାର କରିବା ଦ୍ୱାରା ଚାଷୀ କିପରି କ୍ଷତି ସହୁଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ....10 ଦଫା ଦାବିରେ ସୁବର୍ଣ୍ଣପୁରରେ ଚାଷୀ ମହାସମାବେଶ

ଧାନରେ ରୋଗ ପୋକ ଲାଗିଲେ କେଉଁ ଭଳି ଭାବରେ ତାହାର ଦମନ କରାଯାଇପାରିବ ସେ ବିଷୟରେ ବିଶେଷଜ୍ଞମାନେ ଚାଷୀମାନଙ୍କୁ ବୁଝାଇଥିଲେ । ଏହାସହ ବିଭିନ୍ନ ପ୍ରକାର ୟୁରିଆ ବ୍ୟବହାର କରିବା ଦ୍ୱାରା ମାଟିରେ ଥିବା ଜିଆ ବଂଶ ଲୋପ ପାଉଛି, ପରିବେଶ ନଷ୍ଟ ହେଉଛି ଓ ମାଟିର ଆଦ୍ରତା ଦିନକୁ ଦିନ କମିବାରେ ଲାଗିଛି ସେଥିପାଇଁ ଚାଷୀ ଭାଇମାନେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ କହିଥିଲେ । ୟୁରିଆ ପରିବର୍ତ୍ତେ ମାଟି ଉପଯୋଗୀ ପରୀକ୍ଷା ନିରୀକ୍ଷା ହୋଇଥିବା ଇଫକୋ ଦ୍ବାରା ପ୍ରସ୍ତୁତ ନାନୋ ୟୁରିଆ ତରଳ ବ୍ୟବହାର କରି କୃଷକମାନେ ଫସଲରେ ଅଧିକ ଲାଭ ପାଇ ପାରିବେ ବୋଲି ଇଫକୋର କ୍ଷେତ୍ର ଅଧିକାରୀ କହିଛନ୍ତି  ।

ଇଟିଭି ଭାରତ, ନିମାପଡା଼

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.