ପୁରୀ ବେଳାଭୂମିରେ ବୁଲିଲା ବୋଲଡୋଜର, ଉଚ୍ଛେଦ ହେଲା ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣ - Puri Sea Beach Illegal Plotting

By ETV Bharat Odisha Team

Published : Jul 31, 2024, 10:06 PM IST

thumbnail
Illegal Plotting And Construction On Puri Sea Beach (ETV Bharat Odisha)

Illegal Plotting On Puri Sea Beach: ପୁରୀ: ପୁରୀ ବେଳାଭୂମିରେ ବୁଲିଲା ବୋଲଡୋଜର । ବେଳାଭୂମିରେ ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣ ହେଉଥିବା ନେଇ ଅଭିଯୋଗ ପରେ ଏହାକୁ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ । ବ୍ରହ୍ମଗିରି ତହସିଲ ଅଧିନ ସିପସରୁବାଲି ମଉଜାରେ ଆସୁଥିବା ଷ୍ଟର୍ଲିନ୍ ଛକ ନିକଟ ବେଳାଭୂମିରେ ହୋଇଥିବା ବେଆଇନ୍ ନିର୍ମାଣକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ବ୍ରହ୍ମଗିରି ତହସିଲଦାର, ପିକେଡିଏ କର୍ତ୍ତୃପକ୍ଷ, ଜଙ୍ଗଲ ବିଭାଗ, ପୌରପାଳିକା ଓ ପୋଲିସ ଉପସ୍ଥିତିରେ ବୋଲଡଜର ଲଗାଯାଇ ଏହି ବେଆଇନ୍ ଗୃହ ନିର୍ମାଣକୁ ଉଚ୍ଛେଦ କରାଯାଇଛି । 

ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଅନୁଯାୟୀ, ବେଳାଭୂମିରେ ସ୍ଥାୟୀ ନିର୍ମାଣ ସମ୍ପୁର୍ଣ୍ଣ ବେଆଇନ୍ । ତେଣୁ ଏଠାରେ ପ୍ଲଟିଂ କରି ବିକ୍ରି କରିବା ହେଉ ଅବା ଗୃହ ନିର୍ମାଣ ଏହା ସମ୍ପୂର୍ଣ୍ଣ ନିୟମର ଖୋଲା ଉଲଂଘନ । ସିଆରଜେଡ୍ କର୍ତ୍ତୃପକ୍ଷଙ୍କ ଅନୁମତି ପାଇ ବେଳାଭୂମିରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ବିଷୟରେ ପ୍ରଶାସନ ସିଆରଜେଡ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପରେ ସିଆରଜେଡ୍ କର୍ତ୍ତୃପକ୍ଷ ନିର୍ମାଣ ପାଇଁ ଥିବା ସମସ୍ତ ଅନୁମତିକୁ ପ୍ରତ୍ୟାହାର କରିନେଇଛନ୍ତି । ତେଣୁ ବେଳାଭୂମିରେ ବେଆଇନ୍ ପ୍ଲଟିଂ ଓ ଗୃହ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ବେଳାଭୂମିରେ ଉକ୍ତ ବ୍ୟକ୍ତି କିଭଳି ସ୍ଥିତିବାନ ଯାଗା ପାଇଲେ ସେନେଇ ମଧ୍ୟ ତଦନ୍ତ କରାଯାଉଛି । ଏନେଇ ସରକାରଙ୍କ ରାଜସ୍ବ ବିଭାଗକୁ ଅବଗତ କରାଯାଇ ଏହି ସ୍ଥିତିବାନ ଜମି ପଟ୍ଟାକୁ ବାତିଲ୍ କରାଯିବା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
 

ଏଣିକି ପୁରୀ ବେଳାଭୂମିରେ ବେଆଇନ୍ ନିର୍ମାଣ ଯେଭଳି ନହୁଏ ତା ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନ । ପୁରୀ ପୌରପାଳିକା, ଜଙ୍ଗଲ ବିଭାଗ, ପିକେଡିଏ, ତହସିଲଦାର ଏବଂ ପୋଲିସ ପ୍ରଶାସନକୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ପୁରୀ ବେଳାଭୂମି ସହ ଅନ୍ୟାନ୍ୟ ଅଞ୍ଚଳରେ ବେଆଇନ୍ ଜବର ଦଖଲ ହୋଇଥିବା ସରକାରୀ ଜମିକୁ ଉଦ୍ଧାର କରାଯିବା ହେଉଛି ଏହି ଟିମର ମୂଳ ଲକ୍ଷ୍ୟ । ତେବେ ଏଥିପାଇଁ ଅନେକ ସଂଖ୍ୟାରେ ମାନବସମ୍ବଳର ମଧ୍ୟ ଆବଶ୍ୟକ ଥିବାବେଳେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ପୁରୀ ସହରରେ ଜବରଦଖଲରେ ଥିବା ସରକାରୀ ଜମିକୁ ଉଦ୍ଧାର କରାଯିବ । ଆଜି ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ସହରର ବୁଦ୍ଧିଜୀବୀ । 

ଏହା ମଧ୍ୟ ପଢ଼ନ୍ତୁ...ବେଳାଭୂମି ବିକ୍ରି କରିବାକୁ ମାଫିଆଙ୍କ ମସୁଧା: ପୁରୀ ସମୁଦ୍ରକୂଳରେ ପ୍ଲଟିଂ, କେମିତି ଟେର୍‌ ପାଇଲାନି ପ୍ରଶାସନ ? - Plotting On Puri Sea Beach

ଇଟିଭି ଭାରତ, ପୁରୀ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.