thumbnail

ମା'ଙ୍କ ଆଗମନରେ ଚଳଚଞ୍ଚଳ ରାଜଧାନୀ, ପୂଜା ମଣ୍ଡପ ଲୋକାରଣ୍ୟ

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ମା'ଙ୍କ ଆଗମନକୁ ନେଇ ଧାରପୃଷ୍ଠ ଉଲ୍ଲସିତ ହୋଇଥିବା ବେଳେ ଚଳଚଞ୍ଚଳ ହୋଇଛି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ । ଗତକାଲି ଷଷ୍ଠୀ ହୋଇଥିବା ବେଳେ ଆଜି ମହାସପ୍ତମୀ । ମହାସପ୍ତମୀ ପୂଜା ପରେ ଚକ୍ଷୁଦାନ ହୋଇସାରିବା ପରେ ଜଗତଜନନୀ ମା' ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେବେ । କିନ୍ତୁ ଆଜିଠାରୁ ମା'ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଲାଗିଛି ଭିଡ । ଦୂରଦୂରାନ୍ତରୁ ଭକ୍ତମାନେ ମା'ଙ୍କର ଦର୍ଶନ ପାଇଁ ଆସୁଥିବା ବେଳେ ପୂଜା ମଣ୍ଡପରେ ପ୍ରବଳ ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଗ ଠିକଠାକ ରହିଥିବାରୁ ପାର୍ବଣର ଭରପୁର ମଜା ନେଉଛନ୍ତି ରାଜଧାନୀବାସୀ । ଏହା ପରେ ମହାଷ୍ଟମୀ ପୂଜା, ମହାନବମୀ ଓ ୧୨ ତାରିଖରେ ଦଶହରା ବା ବିଜୟା ଦଶମୀ ପାଳିତ ହେବ । ସେହିପରି ସିଲିଭର ସିଟି କଟକ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ଝଲସୁଛି ପୁରା ସହର । ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ବସ୍ତ୍ର ଓ ଅଳଙ୍କାର ଆଦି ଲାଗି କରାଯାଇ ସାରିଲାଣି ।

ଏହା ମଧ୍ୟ ପଢନ୍ତୁ....କାହିଁକି ହୁଏ ବେଲବରଣୀ ? ଷଷ୍ଠୀ ପୂଜାର ବିଶେଷତ୍ବ ଜାଣନ୍ତୁ 

ଏହା ମଧ୍ୟ  ପଢ଼ନ୍ତୁ...ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଇଟିଭି ଭାରତ, ଭୁବନେଶ୍ବର   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.