ଆଇସକ୍ରିମ କାଠିରେ ମା' କାଳୀ, ନିଆରା ଢଙ୍ଗରେ ଦୀପାବଳି ଶୁଭେଚ୍ଛା - DIWALI 2024
🎬 Watch Now: Feature Video
Published : Oct 30, 2024, 10:43 PM IST
ପୁରୀ: ଦୀପାବଳିକୁ ସେଲିବ୍ରେଟ୍ କରିବା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି । ଆଲୋକର ପର୍ବ ଦୀପାବଳୀକୁ ଧୁମଧାମରେ ପାଳନ କରିବା ପାଇଁ ସବୁଆଡେ ଉତ୍ସାହର ମାହୋଲ । ଏହି ଅବସରରେ ପୁରୀର ଜଣେ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ଏକ ନିଆରା ଢଙ୍ଗରେ ଦୀପାବଳୀ ଶୁଭେଛା ଜଣାଇଛନ୍ତି । ବିଶ୍ୱଜିତ ୩୭୫ଟି ଆଇସକ୍ରିମ କାଠିକୁ ନେଇ ଦେବୀ କାଳୀଙ୍କ ମୁଖ ମଣ୍ଡଳ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ତାଙ୍କୁ ୭ ଦିନ ସମୟ ଲାଗିଥିଲା । ଏହି ଆଇସକ୍ରିମ କାଠି କଳାକୃତିର ଉଚ୍ଚତା ରହିଛି ୧୮ ଇଞ୍ଚ ଓ ଓସାର ରହିଛି 20 ଇଞ୍ଚ । ତେବେ ଚଳିତ ଦୀପାବଳୀ ସମସ୍ତଙ୍କ ପାଇଁ ସମୃଦ୍ଧି ଆଣିବା ପାଇଁ ବିଶ୍ୱଜିତ ମା' କାଳୀଙ୍କୁ ପ୍ରାର୍ଥନା କରିଛନ୍ତି । ବିଶ୍ୱଜିତ ପୁର୍ବରୁ ଅନେକ ଆଇସକ୍ରିମ କାଠି କଳାକୃତି କରି ବେଶ ପ୍ରଶଂସିତ ହୋଇଛନ୍ତି । ଏହି ନିଆରା ଆଇସକ୍ରିମ କାଠି କଳାକୃତି ପାଇଁ ବିଶ୍ୱଜିତ୍ ଇଣ୍ଡିଆ ବୁକ୍ ଅଫ ରେକର୍ଡ ଅଧିକାରୀ ହୋଇ ସାରିଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ସୁନ୍ଦର କଳାକୃତି ତିଆରି କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ନିଆରା ଢଙ୍ଗରେ ଦାବି ଜଣାଇଲେ ଯୁବ ଚିତ୍ରଶିଳ୍ପୀ - Srimandira Ratna Bhandar Opening ଏହା ମଧ୍ୟ ପଢ଼ନ୍ତୁ...ସ୍ୟାଣ୍ଡ ଆନିମେସନରେ ମା’ ଦୁର୍ଗା |
ଇଟିଭି ଭାରତ, ପୁରୀ