ଆସୁଛନ୍ତି ମା' ଜଗତ ଜନନୀ; ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ଅନୁକୂଳ, କୁଆଖାଇ ନଦୀରେ ପୂଜାର୍ଚ୍ଚନା - Devotees Collect Holy Soil

By ETV Bharat Odisha Team

Published : Aug 26, 2024, 9:51 PM IST

thumbnail
Durga Puja 2024 (ETV Bharat Odisha)

ଭୁବନେଶ୍ବର: ଜଗତଜନନୀ ମା' ଦୁର୍ଗାଙ୍କ ମୂର୍ତ୍ତି ପାଇଁ କୁଆଖାଇ ନଦୀରୁ ଉଠିଲା ମାଟି । ଶାରଦୀୟ ଦୁର୍ଗା ପୂଜାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତିର ସ୍ଥାପନ ପାଇଁ ଆଜିଠୁ ମାଟି ଅନୁକୂଳ ହୋଇଛି । ମା' ପାଇଁ ମାଟି ଅନୁକୂଳକୁ ନେଇ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ କୁଆଖାଇ ନଦୀ ପଠାରେ ପାରମ୍ପରିକ ରୀତିନୀତିରେ ମୂର୍ତ୍ତିକା ଆନୟନ ଉତ୍ସବ କରିଛନ୍ତି । ପାରମ୍ପରିକ ବାଦ୍ୟ, ହୋମଯଜ୍ଞ ସହ ଅନ୍ୟ ଦେବାଦେବୀଙ୍କ ଆଗମନ କରାଯାଇ ପୂଜା କରିବା ପରେ ମାଟି ଅନୁକୂଳ କରିଛନ୍ତି । ପାର୍ବଣର ପସରାରେ ମା' ଦୁର୍ଗା ଧରାପୃଷ୍ଠକୁ ଆଗମନର ଆଜି ହେଉଛି ଅୟମାରମ୍ଭ । ଅସତ୍ୟ ଉପରେ ସତ୍ୟର ବିଜୟ ପାଇଁ ମା' ଧରାବତରଣ କରୁଥିବା ବେଳେ ଆଜି ମାଟି ଅନୁକୂଳର ଏହି ଅୟମାରମ୍ଭକୁ ନେଇ ବେଶ ଚଳଚଞ୍ଚଳ ନଦୀ ପଠା । ଆଉ ଆଜି ଜନ୍ମାଷ୍ଟମୀର ଏହି ଶୁଭଦିନରେ ମାଟି ଅନୂକୁଳର ଏହି ଶୁଭ ତିଥି ଥିବାରୁ ପୂଜା ମଣ୍ଡପ ପକ୍ଷରୁ ପୂଜା କରି ମୃଣ୍ମୟୀ ମୂର୍ତ୍ତି ପାଇଁ ମାଟି ନେଇଛନ୍ତି । କୁଆଖାଇ ନଦୀ ପଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମା'ଙ୍କ ଅଗମନକୁ ନେଇ ବେଶ ଖୁସି ଅଛନ୍ତି ପୂଜା କମିଟିର ସଦସ୍ୟ । 

ଏହା ମଧ୍ୟ ପଢ଼ନ୍ତୁ...ପବିତ୍ର ଜନ୍ମାଷ୍ଟମୀରେ ଇସ୍କନରେ ପ୍ରବଳ ଭିଡ, ଧାଡିରେ ଆସି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.