ନୟାଗଡ଼ରେ ସ୍ନାନପୂର୍ଣ୍ଣିମା ପାଳିତ, ସ୍ନାନଦେବୀରେ ଦର୍ଶନ ଦେଲେ ଶ୍ରୀଜିଉ - Deva Snana Purnima 2024 - DEVA SNANA PURNIMA 2024
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 22, 2024, 5:13 PM IST
Deva Snana Purnima 2024: ନୟାଗଡ଼: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ରତ୍ନବେଦୀ ଛାଡି ସ୍ନାନବେଦୀରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧା ମୂରତି। ସେହିଭଳି ଆଜି ନୟାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଭୋର୍ ୫ଟାରୁ ମନ୍ଦିରରୁ ଧାଡି ପହଣ୍ଡିରେ ମହାପ୍ରଭୁଙ୍କୁ ସ୍ନାନବେଦୀକୁ ବିଜେ କରାଯାଇଥିଲା। ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ ଶ୍ରୀଜିଉ। ମହାପ୍ରଭୁଙ୍କୁ ସ୍ନାନବେଦୀରେ ଅତି ନିକଟରୁ ଦର୍ଶନ କରି ପୂର୍ଣ୍ଣ ଅର୍ଜନ କରିଛନ୍ତି ଭକ୍ତ।
ନିର୍ଘଣ୍ଟ ନୀତି ଅନୁଯାୟୀ, ଭୋର୍ ସାଢ଼େ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ଭିତରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନବେଦିକୁ ବିଜେ କରିଥିଲେ। ସ୍ନାନବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ହାତୀ ବେଶ। ତେବେ ଆଜି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଇଟିଭି ଭାରତ, ନୟାଗଡ଼