ବ୍ରହ୍ମପୁର ଗୋଷାଣିନୂଆଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣମା, ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାବାହୁ - Deva Snana Purnima 2024

By ETV Bharat Odisha Team

Published : Jun 22, 2024, 3:53 PM IST

thumbnail
DEVA SNANA PURNIMA 2024 (ETV Bharat Odisha)

Deva Snana Purnima 2024: ବ୍ରହ୍ମପୁର: ପବିତ୍ର ଦେବସ୍ନାନ ପୂର୍ଣ୍ଣମା ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସକାଳୁ ଜାରି ରହିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଜଗନ୍ନାଥ ମନ୍ଦିରରେ ପାରମ୍ପାରିକ ରୀତିନୀତିରେ କରାଯାଇଛି ଶ୍ରୀଜୀଉଙ୍କ ଦେବସ୍ନାନ ଯାତ୍ରା । ଆଜି ଭୋର ୪.୩୦ ସମୟରେ ମନ୍ଦିରର ପହଡ ଖୋଲଯାଇ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ମଙ୍ଗଳଆଳତୀ କରାଯାଇଥିଲା । ପରେ ନୂତନ ବେଶରେ ସଜ୍ଜିତ କରାଯିବା ସହ ପ୍ରଥମେ ପହିଲି ଭୋଗ କରାଯାଇଥିଲା । ସମସ୍ତ ପୂଜାର୍ଚ୍ଚନା ସରିବା ବେଳେ ଶ୍ରୀଜୀଉଙ୍କୁ ବେଦୀରୁ ଓଲ୍ଲାଯାଇ ସେନାପଟ୍ଟା ଲାଗି କରାଯାଇ ଗୋଟି ପହଣ୍ଡିରେ ସ୍ନାନବେଦୀକୁ ଅଣାଯାଇଥିଲା । 

ପରେ ୧୦୮ ଗରା ସୁବାସିତ ଜଳ ଆଣି ପ୍ରଭୁ ବଳଭଦ୍ରଙ୍କୁ ୩୩ ଗରା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ୩୫ ଗରା ଓ ମା' ଶୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନ ମହାପ୍ରଭୁଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥିଲା ।  ଶ୍ରୀଜୀଉଙ୍କୁ ହାତୀ ବେଶ ବା ଗଣପତି ବେଶ କରାଯାଇଥିବା ବେଳେ ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉ ସ୍ନାନମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେବେ । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ମନ୍ଦିର ଭଳି କୋର୍ଟପେଟା, ବଡବଜାର ଓ ଖାସ୍ପାସାହି ଭଳି ସହରର ବିଭିନ୍ନ ସ୍ଥାନରେ ରହିଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପାରିକ ରୀତୀନୀତିରେ ସ୍ନାନ ପୂର୍ଣ୍ଣମା ଆୟୋଜିତ ହୋଇଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.