ସେପ୍ଟେମ୍ବର 17 ପରେ ବି ମିଳିବ, ସୁଭଦ୍ରା ଯୋଜନା ପାଇଁ ଅଧିକ ଭିଡ଼ ନକରିବାକୁ ଅନୁରୋଧ; ଉପମୁଖ୍ୟମନ୍ତ୍ରୀ - SUBHADRA YOJANA

By ETV Bharat Odisha Team

Published : Sep 5, 2024, 5:42 PM IST

thumbnail
SUBHADRA YOJANA IN ODISHA (ETV Bharat Odisha)

SUBHADRA YOJANA: ପୁରୀ: 'ସୁଭଦ୍ରା' ଯୋଜନା ପାଇବା ପାଇଁ ଅଧିକ ଭିଡ଼ ନକରିବାକୁ ହିତାଧିକାରୀଙ୍କୁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେପ୍ଟେମ୍ବର 17 ପରେବି ଆବେଦନ କଲେ ହିତାଧିକାରୀଙ୍କୁ 'ସୁଭଦ୍ରା' ଟଙ୍କା ମିଳିବ ବୋଲି ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ । 'ସୁଭଦ୍ରା' ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀଙ୍କ ନାହିଁ ନଥିବା ଭିଡ଼ ବଢ଼ିବାରେ ଲାଗିଛି । ଆଧାର କେନ୍ଦ୍ରରେ ପ୍ରବଳ ଗହଳି ଯୋଗୁଁ କିଛି ସ୍ଥାନରେ ଦଳା ଚକଟା ସ୍ଥିତି ହୋଇଛି । ଆସନ୍ତା 17 ତାରିଖରେ 'ସୁଭଦ୍ରା' ଯୋଜନାରେ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବାକୁ ଥିବାରୁ ଏହାକୁ ଆବେଦନ ପାଇଁ ଜନ ସେବା କେନ୍ଦ୍ରରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ନୟାଗଡ଼ରେ ସୁଭଦ୍ରା ଫର୍ମ ପାଇଁ ଜଣେ ଅଙ୍ଗାନାବାଡି କର୍ମୀଙ୍କୁ ଆକ୍ରମଣ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । 

ପ୍ରଭାତି ପରିଡା କହିଛନ୍ତି," ମୁଁ ସବୁବେଳେ ମାଆ ମାନଙ୍କୁ ଅନୁରୋଧ କରିଆସୁଛି, 'ସୁଭଦ୍ରାଟ ପାଇଁ ଭିଡ଼ ଜମାନ୍ତୁନାହିଁ । 'ସୁଭଦ୍ରା' ଯୋଜନାରେ ଶେଷ ହିତାଧିକାରୀ ପାଇବା ଯାଏ ଫର୍ମ ଆବେଦନ କରିହେବ । ଯିଏ ଯେତେବେଳେ ସୁଭଦ୍ରା ପାଇଁ ଆବେଦନ କରିବ ସେ କିସ୍ତି ପାଇବ । ସେପ୍ଟେମ୍ବର 17 ତାରିଖରେ ପରେ ଏହା ମିଳିବନି ବୋଲି ଯେଉଁ ମାନେ ଭାବୁଛନ୍ତି ତାହା ଠିକ୍ ନୁହେଁ । ଆଧାର ନେଇ ଇ କେୱାସି କରିବା ସହ ଜନସେବା କେନ୍ଦ୍ରରେ ଆବେଦନ କରନ୍ତୁ । ଫର୍ମରେ କେବଳ ଆଧାର ନମ୍ୱର୍ ଦରକାର୍ । ଆପଣ କୌଣସି କଥା ରେ ଭ୍ରମିତ ହୁଅନ୍ତୁ ନାହିଁ । ସରକାର୍ ପ୍ରତିଶ୍ରୁତି ବଦ୍ଧ । 'ସୁଭଦ୍ରା'ର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପହଞ୍ଚିବ । ନୟାଗଡ଼ରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଫର୍ମକୁ ନେଇ ଆକ୍ରମଣ ହେଲା । ତାକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି । ଏଭଳି କାର୍ଯ୍ୟ କରନ୍ତୁ ନାହିଁ । ନହେଲେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ।"

ଏହା ମଧ୍ୟ ପଢନ୍ତୁ ......Subhadra Yojana: ମହିଳାଙ୍କ ପାଇଁ ବଡ଼ ଖବର, ଆଜିଠୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ, ଜାଣନ୍ତୁ କେମିତି ଓ କେଉଁଠି ? - Subhadra Yojana Form Submission

ଏହା ମଧ୍ୟ ପଢନ୍ତୁ ......SUBHADRA Yojana; ସୁଭଦ୍ରା ଫର୍ମ, ଆଧାର ଅପଡେଟ୍ ପାଇଁ ଅସମ୍ଭାଳ ଭିଡ଼; ଭୁବନେଶ୍ୱରରେ ବିମୁଦ୍ରାକରଣ ଭଳି ସ୍ଥିତି ! ସୋରରେ ଡାକଘର ଆଗରେ ପରିସ୍ଥିତି ଅଣାୟତ - SUBHADRA Yojana Aadhaar card update

ଇଟିଭି ଭାରତ,ପୁରୀ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.