ଆସନ୍ତାକାଲିଠାରୁ ରାମ ମନ୍ଦିରରେ ସାଧାରଣ ଦର୍ଶନ: ମୁଖ୍ୟ ପୂଜକ - Pran Pratishtha ustav
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/22-01-2024/640-480-20568699-thumbnail-16x9-ram-mandir.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 22, 2024, 5:19 PM IST
Darshan of Ram Lalla will begin tomorrow, ଲକ୍ଷ୍ନୌ: ଆଜି ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନରେ ଶେଷ ହୋଇଛି ବିଧି । ଆଜି ନିମନ୍ତ୍ରିତ ଅତିଥିମାନେ ଦର୍ଶନ କରିଛନ୍ତି । ସଂଧ୍ୟା ଆଳତି ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ । ଆସନ୍ତାକାଲିଠାରୁ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଆରମ୍ଭ ହେବା ନେଇ ସୂଚନା ଦେଇ କହିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ।
ପୌଷ ଶୁଳ୍କ ଦ୍ୱାଦଶୀ ତିଥିରେ ସମ୍ପୂର୍ଣ୍ଣ ହୋଇଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ମନ୍ଦିରରେ ବିରାଜିଛନ୍ତି ପ୍ରଭୁ ରାମଲାଲା । ଦୀର୍ଘବର୍ଷର ତ୍ୟାଗ ଓ ସଂଘର୍ଷ ପରେ ଜନ୍ମଭୂମିରେ ନିର୍ମିତ ଭବ୍ୟ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପ୍ରାଣ ପ୍ରତିଷ୍ଠା ଉତ୍ସବ ସରିବା ପରେ ବ୍ରତ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ଦିର ପୂଜକଙ୍କଠାରୁ ପାଦୁକା ଗ୍ରହଣ କରି ମୋଦି ବ୍ରତ ଭାଙ୍ଗିଛନ୍ତି । ସେ ଗତ 12 ତାରିଖଠାରୁ ରାମଲାଲାଙ୍କ ପାଇଁ 11 ଦିନ ଧରି ବ୍ରତ ରଖିଥିଲେ । ଯାହା ଆଜି ସମ୍ପୂର୍ଣ୍ଣ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ