thumbnail

ସବୁ ନିୟମ ପାଳିଲେ କଟକବାସୀ, ଶାନ୍ତି ଶୃଙ୍ଖଳା ସହ ମା'ଙ୍କୁ ମେଲାଣି

By ETV Bharat Odisha Team

Published : 2 hours ago

କଟକ: ଶାନ୍ତି ଶୃଙ୍ଖଳାର ସହ କଟକରେ ହୋଇଛି ଭସାଣ ଶୋଭାଯାତ୍ରା । ନାଚଗୀତ ସହ ମହାଆଡମ୍ବର ସହକାରେ ମା'ଙ୍କୁ ମେଲାଣି ଦେଇଛନ୍ତି ଭକ୍ତ । ପାଗ ଅନୁକୂଳ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଅଧିକ ଦେଖିବାକୁ ମିଳିଛି । ଜାରି ହୋଇଥିବା ସମସ୍ତ କଟକଣା ମାନି ଭସାଣ ଶୋଭାଯାତ୍ରା କରାଯାଇଛି । ନିଶାମୁକ୍ତ ଏବଂ ଡିଜେ ମୁକ୍ତ ଭସାଣ ପାଇଁ ପୋଲିସ ପକ୍ଷରୁ ଯେଉଁ ନିବେଦନ କରାଯାଇଥିଲା । ତାହା ମାନି ଶୋଭାଯାତ୍ରା କରିଛନ୍ତି ସହରବାସୀ। ଭସାଣ ଶୋଭାଯାତ୍ରା ଦେଖିବା ପାଇଁ କଟକରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି । 

ଏହା ବି ପଢନ୍ତୁ...ଆଜି ମାଆଙ୍କ ମେଲାଣି, ଭସାଣି ପାଇଁ ଟ୍ରାଫିକ କଟକଣା, ବନ୍ଦ ରହିବ ରାଜଧାନୀର ଏହି ୩ ମୁଖ୍ୟ ରାସ୍ତା

ଏହା ବି ପଢନ୍ତୁ...ମେଲାଣି ନେଉଛନ୍ତି ମା’, କଟକରେ ଚାଲିଛି ଭସାଣ ଉତ୍ସବ

ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ସବୁ ଦେବୀଗଡ଼ାକୁ ନିଆଯାଇ ସେଠାରେ ଭସାଣ କରାଯାଉଛି । ଦଶ ଦିନର ଲୀଳାଖେଳା ପରେ ପୃଥିବୀ ପୃଷ୍ଠରୁ ମେଲାଣି ନେଇଛନ୍ତି ଜଗତଜନନୀ ମା' ଦଶଭୂଜା । କଟକ ପ୍ରସିଦ୍ଧ ଦଶହରା ଶେଷ ହୋଇଥିବାବେଳେ ସୁରଖୁରରେ ହୋଇଛି ଭସାଣି । ପୁଣି ମା'ଙ୍କ ଆବାହନ ପାଇଁ ଆରବର୍ଷକୁ ଅପେକ୍ଷା ।

ଏହା ବି ପଢନ୍ତୁ...ଆଜି ମାଆଙ୍କ ମେଲାଣି, ଭସାଣି ପାଇଁ ଟ୍ରାଫିକ କଟକଣା, ବନ୍ଦ ରହିବ ରାଜଧାନୀର ଏହି ୩ ମୁଖ୍ୟ ରାସ୍ତା 

ଏହା ବି ପଢନ୍ତୁ...ବିଦେଶରେ ବିରାଜିଲେ ଦେବୀ ଦୁର୍ଗା, ପ୍ରବାସୀ ଓଡ଼ିଆଙ୍କ ପୂଜାର୍ଚ୍ଚନାରେ ପ୍ରକମ୍ପିତ ଫ୍ଲୋରିଡା

ଇଟିିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.