ରାଜ୍ୟ ସଂଗ୍ରହାଳୟରେ ରଜ ମହୋତ୍ସବ; ଲୋକଙ୍କ ଗହଣରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ - CM Mohan Majhi enjoy Raja Festival - CM MOHAN MAJHI ENJOY RAJA FESTIVAL
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/14-06-2024/640-480-21713558-thumbnail-16x9-bbsr.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 14, 2024, 9:35 PM IST
CM MOHAN MAJHI ENJOY RAJA FESTIVAL: ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟରେ ହୋଇଥିବା ରଜ ମହୋତ୍ସବରେ ଲୋକମାନଙ୍କ ଗହଣରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଗଣପର୍ବ ରଜରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରଠୁ ଲୋକମାନଙ୍କ ଗହଣରେ ରହୁଥିବାରୁ ସବୁ ମହଲରେ ଚର୍ଚ୍ଚାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କ୍ରମରେ ପୁଣିଥରେ ଲୋକଙ୍କ ଗହଣରେ ରଜପର୍ବ ପାଳନ କରି ପ୍ରଶଂସା ସାଉଁଟିଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ଏହି ଅବସରରେ କହିଛନ୍ତି, "ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ଏହି ପର୍ବକୁ ନେଇ ପ୍ରତି ଓଡ଼ିଆ ଗର୍ବ କରିବାର ଆବଶ୍ୟକତା ରହିଛି । କାରଣ ଏଭଳି ପର୍ବ ସାଧାରଣ ଲୋକଙ୍କ ସହ ଲୋକତନ୍ତ୍ରକୁ ଯୋଡି଼ବାର ଏକ ମାଧ୍ୟମ ।"
ଇଟିଭି ଭାରତ, ଭୁବନେଶ୍ବର