ବରଗଡ଼ରେ ପିଏମ କିସାନ ଉତ୍ସବ, ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଦେଖନ୍ତୁ LIVE - Odisha CM In PM Kishan Utsav

By ETV Bharat Odisha Team

Published : Jun 18, 2024, 5:34 PM IST

Updated : Jun 18, 2024, 7:17 PM IST

thumbnail

ଭୁବନେଶ୍ବର: ଆଜି ଚାଷୀମାନଙ୍କୁ ମିଳିବ ପିଏମ କିଷାନ ସମ୍ମାନ ନିଧି ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାରଣାସୀରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏଥି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ ଗସ୍ତ କରିଛନ୍ତି । ବରଗଡ଼ର ଜର୍ଜ ହାଇସ୍କୁଲ ପଡିଆରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ତାଙ୍କର ପ୍ରଥମ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ଉପସ୍ଥିତ ଅଛନ୍ତି । ଉଲ୍ଲେଖ ଯେ ପିଏମ୍‌ କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ୨ ହଜାର ଟଙ୍କା ଡିବିଟି ଜରିଆରେ ପ୍ରଦାନ କରାଯାଉଛି । ଏହା ହେଉଛି ଯୋଜନାର ୧୭ତମ କିସ୍ତି । ଦେଶର ୯କୋଟି ୨୬ଲକ୍ଷ ଚାଷୀ ଏହା ଦ୍ବାରା ଆର୍ଥିକ ସହାୟତା ପାଇବେ । ତୃତୀୟଥର ଲାଗି ଦେଶର ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କରିଥିଲେ ।   

Last Updated : Jun 18, 2024, 7:17 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.