ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ଅଯୋଧ୍ୟାରେ ସେଲିବ୍ରିଟିଙ୍କୁ ଭବ୍ୟ ସ୍ବାଗତ - ଅଯୋଧ୍ୟାରେ ସେଲିବ୍ରିଟିଙ୍କୁ ସ୍ବାଗତ
🎬 Watch Now: Feature Video


Published : Jan 22, 2024, 12:08 PM IST
Ram Mandir Consecration: ଉତ୍ତରପ୍ରଦେଶ: ଆଉ ମାତ୍ର କିଛି ସମୟର ଅପେକ୍ଷା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ । ଏନେଇ ଅଯୋଧ୍ୟାରେ ଭକ୍ତିମୟ ପରିବେଶ ହୋଇଥିବା ବେଳେ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଏହି ସମାରୋହରେ ସାମିଲ ହେବାକୁ ରାମ ନଗରୀରେ ପହଞ୍ଚିଛନ୍ତି । ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ଏହି ସମାରୋହରେ ସାମିଲ ହୋଇଛନ୍ତି । ଅଯୋଧ୍ୟାରେ ସେଲିବ୍ରେସନର ମାହୋଲ ରହିଥିବା ବେଳେ ସେଲିବ୍ରିଟିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।
ପୁଅ ତଥା ଅଭିଷେକ ବଚ୍ଚନଙ୍କ ସହ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ, ସାଉଥ ମେଗାଷ୍ଟାର ଚିରଞ୍ଜୀବୀ ତାଙ୍କ ପତ୍ନୀ ସୁରେଖା ଏବଂ ଅଭିନେତା-ପୁଅ ରାମ ଚରଣ, ସ୍ବାମୀ ତଥା ବଲିଉଡ ଅଭିନେତା ବିକି କୌଶଲଙ୍କ ସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ, ରଣବୀର କପୁର, ଆଲିଆ ଭଟ୍ଟ, ସ୍ବାମୀଙ୍କ ସହ ମାଧୁରୀ ଦୀକ୍ଷିତ, ଅମିତାଭ ବଚ୍ଚନ, ଆୟୁଷ୍ମାନ ଖୁରାନା, ଜ୍ୟାକି ଶ୍ରଫ, ରଣଦୀପ ହୁଡା, ଲିନ ଲୈସରମ ସମେତ ଅନେକ ସେଲିବ୍ରିଟି ଅଯୋଧ୍ୟାର ଏହି ମହାସମାରୋହରେ ସାମିଲ ହୋଇଛନ୍ତି । ସମସ୍ତ ସେଲିବ୍ରିଟି ପାରମ୍ପରିକ ଲୁକରେ ନଜର ଆସିଥିବା ବେଳେ ଏହି ସମାରୋହରେ ସାମିଲ ହେବାର ସୁଯୋଗ ପାଇ ବେଶ ଖୁସି ଥିବା କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ଅଭିମୁଖେ ସାଉଥ ବଲିଉଡ ସେଲିବ୍ରିଟି