thumbnail

By ETV Bharat Odisha Team

Published : Mar 22, 2024, 4:23 PM IST

ETV Bharat / Videos

କୋରାପୁଟ ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା - Review of election preparations

Chief Electoral Officer Visits Koraput: କୋରାପୁଟ: ନିର୍ବାଚନର ତାରିଖ ଘୋଷଣା ହେବା ପରେ ସମସ୍ତେ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସ୍ତରରେ ହେଉ ଅବା ଜିଲ୍ଲା ସ୍ତରରେ ହେଉ ସମସ୍ତେ ସଜାଗ ଅଛନ୍ତି ନିର୍ବାଚନା ପାଇଁ । ସେହି ପରିପ୍ରେକ୍ଷୀରେ ଆଜି କୋରାପୁଟ ଗସ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ । ସେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କ ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରୁଛନ୍ତି।  

ଏହା ମଧ୍ୟ ପଢ଼ନ୍ତୁ..... ପୋଷ୍ଟାଲ ବାଲାଟରେ ଭୋଟ ଦେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର ଓ କଣ୍ଡକ୍ଟର - POSTAL BALLOT VOTING

କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଏବଂ ୧୪ଟି ବିଧାନସଭା ଆସନର ରିଟର୍ଣିଂ ଅଫିସର୍ ମାନଙ୍କ ସହିତ ବିଭିନ୍ନ ଦିଗକୁ ନେଇ ଆଲୋଚନା ମଧ୍ୟ କରିବେ। ବିଶେଷ କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ସହ ନିର୍ବାଚନ ପରିଚାଳନା, ପୋଷ୍ଟାଲ ବାଲାଟ, ନିର୍ବାଚନ ଖର୍ଚ୍ଚ ମନିଟରିଂ ଆଦି ବିଷୟରେ ଆଲୋଚନା ହେବ ବୋଲି ଜଣାପଡିଛି । ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ସାଧାରଣ ନିର୍ବାଚନ ଗୋଟିଏ ତାରିଖରେ ଅନୁଷ୍ଠିତ ହେବାକୁଯାଉଛି । ଏହି ବୈଠକରେ ଆନ୍ଧ୍ରପ୍ରଦେଶ ଓ ଓଡିଶାର ସୀମାବର୍ତୀ ଅଞ୍ଚଳରେ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଥିବା କୁହାଯାଉଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.