ଅଯୋଧ୍ୟାରେ ସେଲିବ୍ରିଟି: କୈଳାସ କହିଲେ ଦେବଲୋକରୁ ନିମନ୍ତ୍ରଣ ମିଳିଛି, କାଶ୍ମୀର ପୋଷାକରେ ନଜର ଆସିଲେ ଅନୁପମ ଖେର

🎬 Watch Now: Feature Video

thumbnail

Anupam-Kailash Kher In Ayodhya: ଲକ୍ଷ୍ନୌ: ଆଜି ଅଯୋଧ୍ୟା ଇତିହାସରେ ସୂର୍ଣ୍ଣିମ ଅଧ୍ୟାୟ ଲେଖିବାକୁ ଯାଉଛି । ଏଥିପାଇଁ ସାରା ଦେଶ ରାମମୟ ହୋଇଛି ଏବଂ ଏହି ଐତିହାସିକ ସମାରୋହ ପାଇଁ ସାରା ଦେଶ ଉତ୍ସାହିତ ଥିବା ବେଳେ ସେଲିବ୍ରିଟି ମହଲରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚୁଛନ୍ତି ଜଣକ ପରେ ଜଣେ ସେଲିବ୍ରିଟି । 

ବର୍ତ୍ତମାନ ଅଯୋଧ୍ୟାରେ ପହଞ୍ଚି ବଲିଉଡ ଅଭିନେତା ଅନୁପମ ଖେର ପ୍ରଥମେ ହନୁମାନ ଗଡି ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇ ପୂର୍ବ ପୁରୁଷ ଏବଂ କାଶ୍ମୀରି ହିନ୍ଦୁମାନଙ୍କ ପାଇଁ ସେ ପ୍ରତିନିଧିତ୍ବ କରୁଥିବା କହିଛନ୍ତି । ଏଥିସହ କାଶ୍ମୀରି ହିନ୍ଦୁମାନଙ୍କ ପାରମ୍ପରିକ ପୋଷାକରେ ନଜର ଆସିଛନ୍ତି । ସେ ଆହୁରି କହିଛନ୍ତି, ଆଜି ପ୍ରଭୁ ରାମ ତାଙ୍କ ଘରକୁ ଫେରୁଛନ୍ତି ଏବଂ ମୁଁ ଆଶା କରୁଛି ଆମେ ମଧ୍ୟ ଶୀଘ୍ର ଫେରିଯିବା । ବିଶ୍ବର ଲୋକମାନେ ଏହି ଦିନ ପାଳନ କରୁଛନ୍ତି । ଆଜି ସତରେ ଦିୱାଲୀ ସେଲିବ୍ରେସନ କରାଯାଉଛି ଏବଂ ଏହା କେବଳ ଧାର୍ମିକ ପର୍ବ ନୁହେଁ, ଏହା ତାଠାରୁ ବି ଆହୁରି ଅଧିକ ।"

ସେହିପରି କଣ୍ଠଶିଳ୍ପୀ କୈଳାସ ଖେର ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି । ସେ ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବହୁତ ଉତ୍ସାହ ଅଛି କାରଣ ଏଥିରୁ ଜଣାପଡୁଛି ଯେ ଆମେ 'ଦେବଲୋକ'ଙ୍କ ଠାରୁ ଆମନ୍ତ୍ରଣ ପାଇଛୁ ଏବଂ 'ପରମାତ୍ମା' ନିଜେ ଆମକୁ ନିମନ୍ତ୍ରଣ କରିଛନ୍ତି । ଆଜି ଏତେ ପବିତ୍ର ଦିନ ଯେ କେବଳ ଭାରତରେ ନୁହେଁ ବିଶ୍ବରେ ଏହି ଉତ୍ସବକୁ ଲୋକେ ପାଳନ କରୁଛନ୍ତି ।'

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ଅଯୋଧ୍ୟା ଅଭିମୁଖେ ସାଉଥ ବଲିଉଡ ସେଲିବ୍ରିଟି

ସେପଟେ ଅଭିନେତା ବିବେକ ଅବରୋଏ ମଧ୍ୟ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ନେଇ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏହି ସମୟରେ ସେ ଏହି କାର୍ଯ୍ୟକ୍ରମକୁ ବିରୋଧ କରୁଥିବା ପ୍ରଶ୍ନରେ ଉତ୍ତର ଦେଇ କହିଛନ୍ତି ଯେ, ଏହା କେବଳ ରାଜନୀତି ପ୍ରସଙ୍ଗ ଆଉ କିଛି ନୁହଁ। କାରଣ ଏହି ସମାରୋହ ପାଇଁ ସାଧାରଣ ଲୋକେ ବେଶ ଖୁସି ଅଛନ୍ତି । ଆଜି ହେଉଛି ରାଷ୍ଟ୍ର ପର୍ବ କହିଲେ କିଛି ଭୁଲ ହେବନାହିଁ । ଆଜି ଶ୍ରୀରାମଲାଲାଙ୍କ ଘର ବାହୁଡା ନେଇ ସାରା ଦେଶବାସୀ ଉତ୍ସାହର ସହ ସେଲିବ୍ରେସନ କରୁଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.