ପୁଅ ପାଇଲା ମନ୍ତ୍ରୀପଦ, ଭାବବିହ୍ବଳ ହେଲେ ପରିବାର - paradeep mla got minister post

By ETV Bharat Odisha Team

Published : Jun 13, 2024, 11:06 AM IST

thumbnail
PARADEEP MLA GOT MINISTER POST (ETV Bharat Odisha)

PARADEEP MLA GOT MINISTER POST: ପାରାଦ୍ୱୀପ : ଜିଲ୍ଲାରେ ବିଜେପି ଦୁଇଟି ଆସନ ପାଇଥିବା ବେଳେ ପାରାଦ୍ବୀପ ବିଧାୟକ ସମ୍ପଦ ସ୍ୱାଇଁଙ୍କୁ ମନ୍ତ୍ରୀପଦ ମିଳିଛି । ସେପଟେ ସମ୍ପଦଙ୍କ ସମର୍ଥକଙ୍କ ସୁଅ ଛୁଟୁଛି । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପଦ ପାଇବା ପରେ ସମ୍ପଦଙ୍କ ପୈତୃକ ଗ୍ରାମ କୁଜଙ୍ଗ ଓ ପାରାଦ୍ବୀପବାସୀ ଉତ୍ସବ ମାନାଇଛନ୍ତି । ଶପଥ ଗ୍ରହଣ ସମୟରେ ଦଳୀୟ କର୍ମୀ ଓ ଶୁଭେଚ୍ଛୁ  ମାନେ ବାଣ ଫୁଟାଇ ମିଠା ବଣ୍ଟନ କରିଥିଲେ ।ସେହିପରି ସମ୍ପଦ ସ୍ୱାଇଁଙ୍କ ପରିବାର ମଧ୍ୟ ଅତ୍ୟନ୍ତ ଭାବ ବିହୋଳ ହୋଇଥିଲେ । 

ଏହା ମଧ୍ୟ ପଢନ୍ତୁ .....ଖୋଲିଲା ଶ୍ରୀମନ୍ଦିର 4 ଦ୍ବାର, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ କଲେ ଦର୍ଶନ - four gates of jagannath temple open

ଏହି ଅବସରରେ ସମ୍ପଦ ସ୍ବାଇଁଙ୍କ ବାପା ନିର୍ମଳ ସ୍ୱାଇଁ କହିଛନ୍ତି ଯେ, ପାରାଦ୍ୱୀପ ଅଞ୍ଚଳରେ ପରିବାର ବାଦ ରାଜନୀତି ବିକାଶରେ ବାଧକ ସାଜୁଥିଲା । ସହରରେ ଗୁଣ୍ଡାଗର୍ଦ୍ଧି, ଶ୍ରମିକ ସଂଗଠନ ନାମରେ ଶୋଷଣ, ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ମିଳିବା ଆଦି ସମସ୍ୟାରେ ସ୍ଥାନୀୟ ଲୋକେ ହନ୍ତସନ୍ତ ହେଉଥିଲେ । ବିଶେଷ ଭାବରେ ପରିବାର ବାଦ ରାଜନୀତି ପାରାଦୀପକୁ ବିକାଳଙ୍ଗ କରି ରଖୁଥିଲା। ଚଳିତ ନିର୍ବାଚନରେ ପାରାଦ୍ୱୀପବାସୀ ଏହାର ସଠିକ ଜବାବ ଦେଇଛନ୍ତି । ପାରାଦ୍ୱୀପବାସୀଙ୍କ ଆଶୀବାଦ କାରଣରୁ ପ୍ରଥମ ଥର ବିଧାୟକ ଭାବେ ସମ୍ପଦ ନିର୍ବାଚିତ ହୋଇ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି । ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଋଣୀ । ଅନେକ ଦିନର ସଂଗ୍ରାମ ପରେ ଆଜି ସମ୍ପଦ ସଫଳତା ପାଇଛି । 


ଇଟିଭି ଭାରତ,ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.