thumbnail

ରାଜ୍ୟରେ ଗୋ ସୁରକ୍ଷା ଉପରେ ଅଧିକ ଫୋକସ: ପଶୁ ସମ୍ପଦ ମନ୍ତ୍ରୀ

By ETV Bharat Odisha Team

Published : 3 hours ago

କଟକ: ରାଜ୍ୟ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟରେ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମୀକ୍ଷା ବୈଠକ କରିଛନ୍ତି । ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ । ତେବେ ରାଜ୍ୟରେ ଗୋମାତାଙ୍କ ସୁରକ୍ଷା, ଗୋବଂଶ ବୃଦ୍ଧି, ଗୋପାଳନ ବୃଦ୍ଧି ଓ ଦୁଗ୍ଧ ଚାଷ ବୃଦ୍ଧି ଉପରେ ଗୁରୁତ୍ବ ଦେବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଛି । 

ଏହା ସହ ଗରିବ ଓ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ବିଭାଗର ସମସ୍ତ ଯୋଜନା କିପରି ପହଞ୍ଚିବ, ମତ୍ସ୍ୟ ଉତ୍ପାଦନ, ଅଣ୍ଡା ଉତ୍ପାଦନ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି, ଅସହାୟ ବୁଲା ପଶୁଙ୍କ ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି । ଏହା ବ୍ୟତୀତ ଏହି ବିଭାଗକୁ କିପରି ଅଧିକ ମଜବୁତ୍ କରାଯିବ ସେ ନେଇ ଆଲୋଚନା ହୋଇଛି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ଲାଗୁ କରାଯାଇଛି । ଏଥିରେ ସମସ୍ତଙ୍କୁ ସାମିଲ କରାଯିବ। ଗ୍ରାମାଞ୍ଚଳରେ ଗୋପାଳନ ବୃଦ୍ଧି ସହ ମାଈ ବାଛୁରୀ ଜନ୍ମ ହେବା ଠାରୁ ୨୮ ମାସ ପର୍ଯ୍ୟନ୍ତ ସରକାର ସବସିଡି ଯୋଗେଇବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । 

ଏହା ମଧ୍ୟ ପଢନ୍ତୁ:

ବୁଲା ଗାଈଗୋରୁ ଦୁର୍ଘଟଣାରୁ ବଞ୍ଚାଇବ ରେଡିୟମ ବ୍ୟାଣ୍ଡ - Radium neck band for cows

Successful Farmer: ଚାକିରି ପଛରେ ନ ଧାଇଁ ନିଜସ୍ୱ ଉଦ୍ୟମରେ ସ୍ବାବଲମ୍ବୀ, ୧୦ ପରିବାରକୁ ରୋଜଗାର ଦେଇଛନ୍ତି ଯୁବଚାଷୀ ଲିପୁ - Young Farmer Lipu

ରୋଜଗାରର ରାହା ଦେଖାଇଲା ଗୋପାଳନ, ସ୍ବାବଲମ୍ବୀ ହୋଇ 25 ପରିବାରର ଅନ୍ନଦାତ୍ରୀ ସାଜିଲେ କୋରାପୁଟର ନମିତା

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.