ବକ୍ସି ଜଗବନ୍ଧୁ ନେଇ ତୀବ୍ର ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ, ଫାଇଦା ନେଲା କଂଗ୍ରେସ ! - Buxi Jagabandhu Statue Unveiling

By ETV Bharat Odisha Team

Published : Aug 31, 2024, 10:26 PM IST

thumbnail
Buxi Jagabandhu Statue Unveiling (ETV Bharat Odisha)

କଟକ: ପାଇକ ବିଦ୍ରୋହର ସ୍ରଷ୍ଟା ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି ଉନ୍ମୋଚନ ନେଇ କଟକରେ ତେଜିଲା ରାଜନୀତି । ଉଭୟ ଶାସନ ଓ ବିରୋଧୀ ଦଳ ହେଲେ ମୁହାଁମୁହିଁ । ସ୍ୱାୟତ ଶାସନ ଦିବସ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବକ୍ସି ବଜାର ଛକ ଉପରେ ଏହି ମୂର୍ତ୍ତି ଉନ୍ମୋଚିତ କରିବା ସମୟରେ ଉଭୟ ଶାସକ ଓ ବିରୋଧୀ ଦଳର କର୍ମୀ ମଧ୍ୟରେ ପତକା ଲଢେଇ ସହ ନାରାବାଜି ଆରମ୍ଭ ହୋଇଥିଲା । ଯାହାକୁ ନେଇ ଠେଲାପେଲା ସାଙ୍ଗକୁ ବାକଯୁଦ୍ଧ ହେବାର ଦୃଶ୍ୟ ସମ୍ନାକୁ ଆସିଥିଲେ । ହେଲେ କେନ୍ଦ୍ରମନ୍ତ୍ରୀ ଏହି ବିବାଦକୁ ନେଇ କୌଣସି ଟିପ୍ପଣୀ ରଖିନଥିଲେ । କେବଳ କଟକର ଐତିହ୍ୟ କୀର୍ତ୍ତୀରାଜିର ବିକାଶ ଓ ସ୍ବାଧୀନତାର ମୁଲ୍ୟବୋଧର ପରିଚୟକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ପ୍ରତିମୂର୍ତ୍ତିର ଦିଗଦର୍ଶନରେ କଟକ ଆଉ ଏକ ସ୍ଵତନ୍ତ୍ରତା ହାସଲ କରିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । 

ଅନ୍ୟପଟେ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏହି ପ୍ରତିମୃତ୍ତି ନିର୍ମାଣର ଶ୍ରେୟ କେବଳ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ପୁର୍ବତନ ମୁଖ୍ୟମନ୍ତ୍ରୀ ପାଇକ ବିଦ୍ରୋହକୁ ସ୍ଵାଧୀନତା ସଂଗ୍ରାମର ପ୍ରଥମ ବିଦ୍ରୋହର ଆଖ୍ୟା ଦେବା ପାଇଁ ସମସ୍ତ ପ୍ରଚେଷ୍ଟା କରିଥିଲେ । ତେଣୁ ସବୁ ଶ୍ରେୟ ନବୀନଙ୍କର ବୋଲି କହିଛନ୍ତି ଦେବାଶିଷ । ଏହାଛଡ଼ା ଏହା ଏକ ଦଳୀୟ କାର୍ଯ୍ୟକ୍ରମ ନୁହେଁ । ବିଜେପି ପ୍ରଥମ ପତାକା ପଦର୍ଶନ କରିଥିଲା । ଯାହା ଫଳରେ ବିଜେଡି ମଧ୍ୟ ପତାକା ପଦର୍ଶନ କରିବାକୁ ବାଧ୍ୟ ହେଇଥିଲା । ଏହାବ୍ୟତୀତ ସିଏମସି ହେଉଛି ବିଜେଡି ଅଧୀନରେ, ଏହି ଅଞ୍ଚଳ ହେଉଛି କଂଗ୍ରେସ ବିଧାୟକାଙ୍କର । ଏଠି ବିଜେପିର କିଛି ସ୍ଥିତି ଅଛି ବୋଲି ଜଣାପଡୁନି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସମାନ୍ତରାୟ । 

ଏହା ମଧ୍ୟ ପଢ଼ନ୍ତୁ...Odisha Assembly: ବିଧାନସଭାରେ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ ଉଠାଇଲେ ନବୀନ, ପଚାରିଲେ ବଡ଼ ଅଧିକାରୀଙ୍କ ପୁଅ କଣ ଦଣ୍ଡ ପାଇବେନି ? କାଉଣ୍ଟର କଲେ ମୋହନ

ଅନ୍ୟପଟେ ଏହି ରାଜନୈତିକ ଯୁଦ୍ଧକୁ ନିନ୍ଦା କରିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ସାଂସଦ ସୋଫିଆ ଫିର୍ଦୋଷ । ତାଙ୍କ ମତରେ ଉଭୟ ଏପରି ଆଚରଣ ସମ୍ପୂର୍ଣ୍ଣ ରୂପେ ନିନ୍ଦନୀୟ ପ୍ରସଙ୍ଗ । କଂଗ୍ରେସ ଏଠି ବିଧାୟକ ଆସନରେ ଜିତିଛି  । ତା' ମାନେ ନୁହେଁ ଏଠି ପତାକା ହଲାଇ ଶ୍ରେୟ ରାଜନୀତି ନେବା ରେସରେ ରହିବ କଂଗ୍ରେସ । ତେଣୁ ଏଥିରୁ ନିବୃତ ରହି କଟକକୁ ନୂଆ ରୂପଦେବାରେ ସମସ୍ତେ ଏକଜୁଟ ହେବା ଆବଶ୍ୟକ ବୋଲି କହିଛନ୍ତି ସେ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.