ମା' ଓ ଜନତାଙ୍କ ଆଶୀର୍ବାଦରେ ବାପାଙ୍କ ଭଳି ରେକର୍ଡ ବିଜୟ ହାସିଲ କରିବି: ଦିପାଳୀ ଦାସ - Jharsuguda Assembly Constituency - JHARSUGUDA ASSEMBLY CONSTITUENCY
🎬 Watch Now: Feature Video
Published : Apr 6, 2024, 5:24 PM IST
Dipali Das Visit Temples: ଝାରସୁଗୁଡା: ଝାରସୁଗୁଡା ବିଧାନସଭା ପ୍ରାର୍ଥୀ ଭାବେ ଦିବଂଗତ ବରିଷ୍ଠ ନେତା ନବ କିଶୋର ଦାସଙ୍କ ଝିଅ ସୁଶ୍ରୀ ଦିପାଳୀ ଦାସଙ୍କୁ ବିଜେଡି ଟିକେଟ ଦେଇଛି । ତେବେ ନିର୍ବାଚନୀ ମୈଦାନରେ ଓହ୍ଲାଇବା ଆଗରୁ ବିଭିନ୍ନ ଦୈବପୀଠରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଆଜି ସେ ଝାରସୁଗୁଡ଼ା ଜିଲ୍ଲା ମହକୁମା ଅନ୍ତର୍ଗତ ଝାଡେଶ୍ବର ମନ୍ଦିର ଦର୍ଶନ କରି କୁଲାବିରା କାଲିମଣ୍ଡିର ସମଲେଶ୍ଵରୀ ମନ୍ଦିର ଦର୍ଶନ କରିଥିଲେ । ଏହାପରେ ମୟୁରଡିମା ସ୍ଥିତ ବଡ ଜଂଘାଲିଙ୍ଗ ମନ୍ଦିର ଦର୍ଶନ କରି ସେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ... ଲୋକଙ୍କୁ ଫୋନ କଲେ ନବୀନ: ବିକାଶମୂଳକ କାମ ପଚାରିଲେ, ପରିବାରର ହାଲଚାଲ ବୁଝିଲେ - Naveen Interacts With People
ପ୍ରକାଶଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲାର ପ୍ରମୁଖ ଦୁଇଟି ବ୍ଲକ କୋଲାବିରା ଓ ଲଇକେରା ବିଗତ ଦିନରେ ସ୍ବର୍ଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଗଡ଼ ରହିଥିଲା । ଗତ ଉପନିର୍ବାଚନରେ ଏହି ଦୁଇଟି ଯାକ ବ୍ଲକରେ ବିଜେଡି ବିପୁଳ ମାତ୍ରାରେ ଭୋଟ ପାଇ ରେକର୍ଡ ସଂଖ୍ୟାରେ ବିଜୟଲାଭ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାନୀ ହାତୀ, ମଦନ ହାତୀ, ତାପସ ରାୟ ଚୌଧୁରୀ, ରାଜୁ ପାଣିଗ୍ରାହୀ, ପିଣ୍ଟୁ ପାଢୀ, ସରିତା ଅଗ୍ରୱାଲ, ହରିଶ ଗନତ୍ରାଙ୍କ ସହ ସମସ୍ତ ବ୍ଲକ ଅଧ୍ୟକ୍ଷ ତଥା ଦଳୀୟ ପଦାଧିକାରୀ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଦିପାଳୀ କହିଥିଲେ ଯେ, ଭଗବାନଙ୍କ ଆଶୀର୍ବାଦ ନେବା ପରେଆସନ୍ତା କାଲି ଠାରୁ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଯିବ । ଗାଁ ଗାଁ ବୁଲି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ । ପୂର୍ବରୁ ତାଙ୍କ ବାପା ଅର୍ଥାତ ପୂର୍ବତନ ମନ୍ତ୍ରୀ ନବ ଦାସ ଯେଉଁ ଭଳି ଭାବେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହେଉଥିଲେ, ସେ ଭଳି ରେକର୍ଡ ବିଜୟକୁ ସେ ବଜାୟ ରଖିବେ ବୋଲି କହିଛନ୍ତି ।
ଇଟିଭି ଭାରତ, ଝାରସୁଗୁଡା