thumbnail

By ETV Bharat Odisha Team

Published : Apr 11, 2024, 9:59 PM IST

ETV Bharat / Videos

ତେଲକୋଇରୁ ବିଜେଡି ପ୍ରାର୍ଥୀ ହେଲେ ମାଧବ ସର୍ଦ୍ଦାର, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ - Madhav Sardar get bjd ticket

କେନ୍ଦୁଝର: ଆଜି ବିଜେଡି ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ଆସନ ପାଇଁ ମାଧବ ସର୍ଦ୍ଦାରଙ୍କୁ ଦଳ ଟିକେଟ ଦେଇଛି । ୧୯୯୬ରେ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ସାଂସଦ ହୋଇଥିଲେ ମାଧବ । ତା’ପରେ ୨୦୧୬ ପରେ ବିଜେଡି ଦଳରେ ଯୋଗଦାନ ପରେ ୨୦୧୯ ରେ ସଦର ବିଧାୟକ ପ୍ରାର୍ଥୀ ହୋଇ ମୋହନ ମାଝୀଙ୍କଠାରୁ ୧୨୬୦ ଭୋଟରେ ହାରିଥିଲେ । ପରେ ଦଳ ତାଙ୍କ ଉପରେ ଆସ୍ଥା ଭାଜନ କରିବା ପରେ ଦୁଇ ଦୁଇ ଥର ଜିଲ୍ଲା ସଭାପତି ପଦ ତୁଲାଇ ଆସୁଛନ୍ତି । ଏବେ ସେ ବିଧାନସଭା ଟିକେଟ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଚଳିତ ନିର୍ବାଚନରେ ସେ ସଦର ବିଧାନସଭା ଆସନ ପାଇଁ ଆଶାୟୀ ଥିବା ବେଳେ ଦଳ ତାଙ୍କୁ ବହୁ ଛକାପଞ୍ଜା ପରେ ତେଲକୋଇ ଆସନ ପାଇଁ ପ୍ରାର୍ଥୀ କରିଛି । ତାଙ୍କର ନାମ ଘୋଷଣା ପରେ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି କର୍ମୀଙ୍କୁ ଏକଜୁଟ କରି ସେ ନିର୍ବାଚନୀ ବୈତରଣୀ ପାର ହେବେ ବୋଲି କହିଛନ୍ତି ମାଧବ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.