ବ୍ରଜରାଜନଗରରେ ପୁଣି ବିଧାନସଭା ପ୍ରାର୍ଥୀ ହେଲେ ଅଳକା ମହାନ୍ତି - BJD Candidate Alaka Mohanty

By ETV Bharat Odisha Team

Published : Apr 3, 2024, 10:08 PM IST

thumbnail

Alaka Mohanty Got Ticket Again: ଝାରସୁଗୁଡ଼ା: ଜିଲ୍ଲାର 2 ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି । ଝାରସୁଗୁଡା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଦୀପାଳି ଦାସ ଏବଂ ବ୍ରଜରାଜନଗରରୁ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ । ଗତ ଝାରସୁଗୁଡା ଉପନିର୍ବାଚନରେ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଜେଡି ଟିକେଟରୁ ଲଢି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାୟ ୪୮ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏହି ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ତାଙ୍କ ଭାବ ମୂର୍ତ୍ତିକୁ ନେଇ ଭୋଟରଙ୍କ ପାଖକୁ ଯିବେ ଏବଂ ଚଳିତ ନିର୍ବାଚନରେ ୬୦ହଜାର ଭୋଟ ବ୍ୟବଧାନରେ ସେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି। 

ଏହା ମଧ୍ୟ ପଢନ୍ତୁ...ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates


ଅନ୍ୟପଟେ ୨୦୨୨ ମସିହାରେ ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଉପନିର୍ବାଚନରେ ତାଙ୍କ ଧର୍ମ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା । ୯୩ ହଜାର ୯୫୩ ଭୋଟ ପାଇଥିଲେ ଅଳକା । ସେହିପରି ଗତ ନିର୍ବାଚନରେ ବିଜେପିକୁ ପଛରେ ପକାଇ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ୨୭ହଜାର ୮୩୧ ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ପରାଜିତ କରିଥିଲେ । ଏଥର ତାଙ୍କ ଉପରେ ଦଳ ପୁଣି ଥରେ ଆସ୍ଥା ପ୍ରକଟ କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.